ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୧୫ ହଜାରରୁ ଊର୍ଦ୍ଧ୍ବ ଆଦିବାସୀ

ମାଲକାନଗିରି: ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ହଜାର ହଜାର ଆଦିବାସୀଙ୍କ ଜନଗର୍ଜନ। ଶୁକ୍ରବାର ସକାଳେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଏକତ୍ରିତ ହୋଇଥିଲା।  ବିଶାଳ ଶୋଭାଯାତ୍ରାରେ ପାପଂପାରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ଗର୍ଜିଥିଲେ। ସେଠାରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ପ୍ରଦର୍ଶନ କରିଥିଲେ। ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିବା ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏଥିରେ ଉଲ୍ଲେଖ କରାଯାଇଛି ଯେ ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଂଗଲ ଅଧିକାର ଓ ଗୋଷ୍ଠୀଗତ ଜଂଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଓ ସାବ୍ୟସ୍ତ କରିବା ଅନୂସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରତ୍ସାହନ ପାଇଁ ଆବଶ୍ୟକ ଅଟେ। ଅନୁସୂଚିତ ଅଂଚଳରେ ସ୍ବୟଂ ଶାସନ ତଥା ଆଦିବାସୀ ସଂପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେଶା ଆଇନ ୧୯୯୬ ପ୍ରଣୟନ କରାଯାଇଛି। ଓଡ଼ିଶା ସରକାର ତୁରନ୍ତ ଏହି ପେଶା ଆଇନକୁ ଲାଗୁ କରିବାକୁ ଦାବି ହୋଇଥିଲା।

publive-image

ଜଂଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଂଗଲ ଅଧିକାର ଓ ଗୋଷ୍ଠୀଗତ ଜଂଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଓ ସାବ୍ୟସ୍ତ କରିବା ଅନୂସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରତ୍ସାହନ ପାଇଁ ଆବଶ୍ୟକ ଅଟେ।

ସେହିପରି ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଓ ଜୀବିକା ନିର୍ବାହ ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଉ। ପୋଲାଭରମ ଡ୍ୟାମ ନିର୍ମାଣ ଯୋଗୁଁ ମାଲକାନଗିରି ଜିଲ୍ଲାର ପଡ଼ିଆ ଓ ମୋଟୁ ଅଂଚଳରେ ବାସ କରୁଥିବା ଆଦିବାସୀମାନଙ୍କ ପାଇଁ ଏହା ଏକ ବଡ ବିପଦ ଅଟେ। ପୋଲାଭରମ ଡ୍ୟାମର ଉଚ୍ଚତା ବଢାଇବା କାର୍ଯ୍ୟକୁ ଆମେ ଘୋର ବିରୋଧ କରୁଛୁ। ଏହା ବଢାଇବା ଦ୍ବାରା ପଡିଆ, ମୋଟୁ ଓ ମାଥିଲିର କିଛି ଅଂଚଳ ଜଳମଗ୍ନ ହେବ। ଯଦ୍ବାରା ଆଦିବାସୀମାନେ ବିସ୍ଥାପିତ ଓ ଜୀବିକା କ୍ଷୁର୍ଣ୍ଣ ହେବେ। ତେଣୁ ଏହାକୁ ଆମେ ବିରୋଧ କରିବା ସହ ଆମର ଜଂଗଲ, ଜମି ଓ ଜନବସତି ଜଳମଗ୍ନ ହେବା ପାଇଁ ଦେବୁ ନାହିଁ।

ଆମେ ଆଦିବାସୀ ସମାଜ ବାରମ୍ବାର ଓଡିଶା ସରକାର ଓ ପ୍ରଶାସନକୁ ଜଣାଇବା ସତ୍ବେ ମଧ୍ୟ ଉପରୋକ୍ତ ଦାବିଗୁଡିକର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପେଶା, ଏଫଆରଏ, ପଞ୍ଚମ ଅନୁସୂଚୀର ପ୍ରାବଧାନ ସତ୍ବେ ମଧ୍ୟ ପ୍ରଶାସନ ଦ୍ବାରା ଅଣଦେଖା କରାଯାଉଛି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି। ସମାଜ ପକ୍ଷରୁ ୩ଟି ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯିବା ସହ ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। 

Leave a Reply

Your email address will not be published. Required fields are marked *