ସମବାୟ ବ୍ୟାଙ୍କରେ ଖାଲି ପଡ଼ିଥିବା ପଦବି ପୂରଣ ହେବ: ମନ୍ତ୍ରୀ

ଭୁବନେଶ୍ୱର: ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷl ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସମବାୟ ବ୍ୟାଙ୍କର ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ, ସମୟ ସହ ତାଳ ଦେଇ ଚାଲିବାକୁ ହେଲେ ବ୍ୟବସାୟିକ ବ୍ୟାଙ୍କରେ ଉପଲବ୍ଧ ଥିବା ସମସ୍ତ ପ୍ରକାର ଗ୍ରାହକ ସେବା ଆମକୁ ଯୋଗାଇ ଦେବାକୁ ହେବ। ମୋବାଇଲ୍ ବ୍ୟାଙ୍କିଙ୍ଗ୍‌, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ପେମେଂଟ୍ ଆଦି ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । 

ସମୟ ସହ ତାଳ ଦେଇ ଚାଲିବାକୁ ହେଲେ ବ୍ୟବସାୟିକ ବ୍ୟାଙ୍କରେ ଉପଲବ୍ଧ ଥିବା ସମସ୍ତ ପ୍ରକାର ଗ୍ରାହକ ସେବା ଆମକୁ ଯୋଗାଇ ଦେବାକୁ ହେବ। ମୋବାଇଲ୍ ବ୍ୟାଙ୍କିଙ୍ଗ୍‌, ଇଂଟରନେଟ୍ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ପେମେଂଟ୍ ଆଦି ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତି ମଧ୍ୟରେ ଆର୍ଥିକ ସନ୍ତୁଳନ ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କ୍ରେଡିଟ୍ ଡିପୋଜିଟ୍ ଅନୁପାତରେ ସଂସ୍କାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତିରେ ଖାଲିପଡ଼ିଥିବା ପଦବି ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସୂଚନାଯୋଗ୍ୟ, ଚାଷ ଓ ଚାଷୀଙ୍କ ଉନ୍ନତି ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ରାଜ୍ୟ ସମବାୟ ବ୍ୟାଙ୍କର ସହଭାଗିତା ଅତ୍ୟନ୍ତ ଜରୁରୀ । ୨୦୨୨-୨୩ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ଶସ୍ୟ ଋଣ ଦିଆଯାଇଥିବା ବେଳେ ୨୦୨୩-୨୪ ବର୍ଷରେ ୩୬.୩୧ ଚାଷୀଙ୍କୁ ଋଣ ଦିଆଯାଇଛି। ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଖରିଫ ଚାଷ ପାଇଁ ୧୭.୭୫ ଲକ୍ଷ ଚାଷୀଙ୍କୁ ୧୮୬୦୬.୨୮ କୋଟି ଟଙ୍କାର ଶସ୍ୟ ଋଣ ଦିଆସରିଛି l

Leave a Reply

Your email address will not be published. Required fields are marked *