ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌

ନୂଆଦିଲ୍ଳୀ: ଆସନ୍ତା ୨୧ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କର‌ିବେ ଆମ୍ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତ୍ରୀ ଅତିଶୀ। ଏନେଇ ଦଳ ପକ୍ଷରୁ ଗୁରୁବାର ସୂଚନା ପ୍ରଦାନ କରାଯାଇଛି । 

ଦିଲ୍ଲୀର ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ସେପ୍ଟେମ୍ବର ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ-ନିଯୁକ୍ତ ଆତିଶୀଙ୍କ ଶପଥ ଗ୍ରହଣ କରିବାର ତାରିଖ ପ୍ରସ୍ତାବ ଦେବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି ।

ସୂଚନାନୁସାରେ, ଆପ୍‌ ପ୍ରଥମେ ନିଷ୍ପତ୍ତି ନେଇଥିଲା ଯେ କେବଳ ଅତିଶୀ ଶପଥ ଗ୍ରହଣ କରିବେ। ତେବେ ପରେ ନିଷ୍ପତ୍ତି ନିଆଯାଇଛି ଯେ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିବେ ।

ଦୁଇ ଦିନ ତଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଦଳ ଅତିଶୀଙ୍କୁ ଦିଳ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ନାମ ଘୋଷଣା ହେବା ପରେ ସେ କେଜ୍ରିୱାଲ୍‌ଙ୍କୁ ନିଜ ଗୁରୁ ବୋଲି କହିଥିଲେ । 

ସେ କହିଥିଲେ କି ‘ଦିଲ୍ଲୀର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ, ସେ ହେଲେ କେଜ୍ରିୱାଲ୍‌। ସେ ମୋ ଗୁରୁ। ଆଗରୁ ଦିଲ୍ଳୀବାସୀଙ୍କ ପାଇଁ କାମ କରିବି। ଆଗାମୀ ନିର୍ବାଚନରେ କେଜ୍ରିୱାଲ୍‌ଙ୍କୁ ପୁଣି ଶାସନ କ୍ଷମତାକୁ ଆଣିବା ମୋର ଲକ୍ଷ୍ୟ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *