
କଲମ ଧରି ରାସ୍ତାରେ ଚାଲୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ପଥର ମାଡ଼ ଏବଂ ଆତଙ୍କବାଦୀଙ୍କ ପ୍ରତି ନରମ ମନୋଭାବ ଦେଖାଉଥିବା ଦଳକୁ ପ୍ରତ୍ୟାଖ୍ୟାନ କରାଯାଇଛି।ମୋଦୀ ‘ନୟା କଶ୍ମୀର’ ସଂକ୍ରାନ୍ତରେ କହିଛନ୍ତି ଏବଂ କଂଗ୍ରେସ, ଏନ୍ସି (ନ୍ୟାସନାଲ କନଫରେନ୍ସ) ଏବଂ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଏହି ତିନି ପରିବାର ହାତରେ ଜମ୍ମୁ କଶ୍ମୀରର ଭବିଷ୍ୟତ ନଷ୍ଟ ହେବାକୁ ଲୋକେ ଦେବେନାହିଁ। ସେମାନେ ଗଣତନ୍ତ୍ର ଓ କଶ୍ମୀରୀ ସଂସ୍କୃତିକୁ ନଷ୍ଟ କରିଦେଇଥିଲେ। ସେମାନେ ଜମ୍ମୁ କଶ୍ମୀରକୁ କେବଳ ଭୟ ଦେଖାଇଛନ୍ତି। ୩ ପରିବାରର ସ୍ବାର୍ଥପର ରାଜନୀତି ପାଇଁ କଶ୍ମୀର ହିନ୍ଦୁମାନେ ବାସହୀନ ହୋଇଯାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।