କେ ଏସ ୟୁ ବି କଲେଜ ସ୍ଵର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ବୈଠକ

ଭଞ୍ଜନଗର (ଓଡ଼ିଶା ଟୁଡେ) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପୁର୍ବତନ ଛାତ୍ର ସଂସଦ ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବିଧାୟକ ନିର୍ବାଚିତ ହେବାପରେ ଚଳିତ ବର୍ଷ କଲେଜର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଆଜି ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳା ପରିସରରେ ପୁର୍ବତନ ଛାତ୍ର ନେତାଙ୍କୁ ଡାକି ଆଲୋଚନା କରିଥିଲେ। ଆସନ୍ତା ନଭେମ୍ବର ମାସରେ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ। ଏହା କିଭଳି ଯାକ ଜକମର ହୋଇପାରିବ ସେନେଇ ବିଭିନ୍ନ ଛାତ୍ର ନେତାଙ୍କ ମତାମତ ନେଇଥିଲେ ବିଧାୟକ । ଆସନ୍ତା ୬ ତାରିଖରେ ପୁଣି ସ୍ବର୍ଣ୍ଣ ଜୟନ୍ତୀ ଉପରେ ଚୁଡାନ୍ତ ଆଲୋଚନା ହେବ ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ରେ ବିଧାୟକ ଶ୍ରୀ ନାୟକ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଛାତ୍ର ସଂସଦ ସଭାପତି ସନ୍ତୋଷ ବେହେରା, ଇରସାଦ ମହମ୍ମଦ, ସୁଧୀର ଦାସ, ବସନ୍ତ ଦାସ, ହର ଗୌଡ, ଛବିଲାଲ ପୃଷ୍ଟି, ଗିରିଜା ଶଙ୍କର ଭୂୟାଁ, ଅମୁଲ୍ୟ ସାହୁ, ଚିଦାନନ୍ଦ ସ୍ଵାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *