ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସମସ୍ୟାର ଏହି ସମାଧାନ ଆଣୁଛି ଏୟାର୍‌ଟେଲ୍‌

ନୂଆଦିଲ୍ଲୀ: ଆଜିକାଲି ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ର ସମସ୍ୟା ପ୍ରାୟ ସମସ୍ତେ ଅନୁଭବ କରୁଥିବେ। ଏହି ସମସ୍ୟାର ସାମ୍ନା କରୁଥିବା ଅନେକ ଲୋକ ଏନେଇ ଅଭିଯୋଗ କରୁଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଏୟାର୍‌ଟେଲ୍‌ ଏକ ଖାସ୍‌ ଉପାୟ ଚିନ୍ତା କରିଛି। କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପାୱାର୍ଡ ସ୍ପାମ୍‌ ଡି‌ଟେକ୍ସନ ସଲ୍ୟୁସନ୍‌ ରିଲିଜ୍‌ କରିଛି ।

ଏହି ସେବା ଏଆଇର ସହଯୋଗରେ ଗ୍ରାହକଙ୍କୁ ସମ୍ଭାବିତ ସ୍ପାମ୍‌ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌କୁ ବଞ୍ଚାଇବ। କମ୍ପାନିର କହିବା କଥା ହେଉଛି ଏହି ସମାଧାନ ସ୍ପାମ୍‌ କଲ୍‌ ଏବଂ ମେସେଜ୍‌ର ରିୟଲ୍‌ ଟାଇମ୍‌ ବ୍ୟବହାରକାରୀଙ୍କୁ ପ୍ରଦାନ କରିବ। ଏହି ସର୍ଭିସ ପୋଷ୍ଟ୍‌ପେଡ୍‌ ଓ ପ୍ରିପେଡ୍‌ ଉଭୟ ଗ୍ରାହକଙ୍କୁ ମିଳିବ।ଏହି ସେବା ପାଇବା ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାରର ଅନ୍ୟ ଚାର୍ଜ ଦେବାକୁ ପଡ଼ିବ ନାହିଁ ।

ଏହା ପୂରା ମାଗଣା ଓ ଆପେ ଆପେ ଏହା ସକ୍ରିୟ ହୋଇଯିବ। ଏୟାର୍‌ଟେଲ୍‌ର ଗ୍ରାହକମାନେ ଏହି ସେବାକୁ କୌଣସି ଆପ୍‌କୁ ବିନା ଡାଉନ୍‌ଲୋଡ୍‌ କରି ବ୍ୟବହାର କରିପାରିବେ। କମ୍ପାନି ଏକଥା ବି ସ୍ପଷ୍ଟ କରିଛି ଯେ ଏହି ଫିଚର୍‌ କେବଳ ସ୍ମାର୍ଟଫୋନ୍‌ରେ କାମ କରିବ। ଏହା କେବଳ ଭୋଲ୍‌ଟି କଲ୍‌ରେ ହିଁ କାମ କରିବ ।

Leave a Reply

Your email address will not be published. Required fields are marked *