ସେମିଳିଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ସେମିଳିଗୁଡା: ସେମିଳିଗୁଡାରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ସକାଳ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଟର ସାଇକେଲ ଚଳାଉଥିବା ଯୁବକ ବିଶ୍ୱରଂଜନ ମଣ୍ଡଳ ନାୟକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କର ଘର ଲମଣ୍ଡା ଗ୍ରାମରେ ବୋଲି ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣା ପଡିଛି ଯେ ବିଶ୍ୱରଂଜନ ଦ୍ରୁତ ଗତିରେ ଗୋଟିଏ ମାରୁତି ଆଲ୍ଟୋ କାରକୁ ଲାଗି ବାମ ପାର୍ଶରେ ଯାଉଥିବା ଟ୍ରକ ସହିତ ପିଟି ହୋଇ ଟ୍ରକର ପଛ ଚକାରେ ପଡ଼ିଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇ ସେମିଳିଗୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରି ଡେଡ଼ବଡିକୁ ସୁନାବେଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ମୃତ ଯୁବକଙ୍କ ପରିବାରକୁ ଖବର ଦିଆ ଯାଇଥିବା ପୁଲିସ ପ୍ରକାଶ କରିଛି। ପୁଲିସ ସହାୟତାରେ ଯାତାୟତକୁ ସ୍ୱାଭାବିକ କରାଯାଇଛି ।

Leave a Reply

Your email address will not be published. Required fields are marked *