ଆସିବ ନୂଆ ରାସନ କାର୍ଡ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କେନ୍ଦ୍ର ସରକାର ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ ସୀମା ବୃଦ୍ଧି କରିଛନ୍ତି। ଏହାପରେ ରାଜ୍ୟ ମଧ୍ୟ ସୀମା ବୃଦ୍ଧି ପାଇଁ ଯୋଜନା କରିଛନ୍ତି।ରାଜ୍ୟର ନିଜସ୍ବ ଯୋଜନା ଅନୁସାରେ ଅବଧି ବୃଦ୍ଧି କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାସନ କାର୍ଡ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ରାସନ କାର୍ଡର ଇ-କେୱାଇସି ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ କାର୍ଡର ଇ-କେୱାଇସି ସରିଲାଣି । ୧ କୋଟି ପାଖାପାଖି ଲୋକଙ୍କର ଇ-କେୱାଇସି ବାକି ଅଛି ।ତେବେ ୧୫ରୁ ୨୦ ଦିନ ଭିତରେ ଇ-କେୱାଇସି ସରିଯିବ । ଏହାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *