କନଷ୍ଟେବଳଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ କନଷ୍ଟେବଳଙ୍କ ପାପୁଲି ଛିଡ଼ାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତ ଜଣଙ୍କ ହେଲେ କମଲୁ ପ୍ରଧାନ। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି। କମଲୁକୁ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତ ୪ ତାରିଖରେ ଝରାପାଲି ଗାଁରେ ପୁଲିସ କନେଷ୍ଟବଳ ସରୋଜ ଭୋଇଙ୍କ ଉପରେ କମଲୁ ଆକ୍ରମଣ କରିଥିଲା ।

ସରୋଜ ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଳଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କମଲୁ ତାଙ୍କର ପାପୁଲି ଛିଡ଼ାଇ ଦେଇଥିଲା।ଏହାପରେ କମଲୁ ଫେରାର ଥିଲା। ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ଖବର ପାଇ ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ।ଆତ୍ମସମର୍ପଣ ପାଇଁ କମଲୁକୁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିଥିଲା। ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପୁଲିସକୁ ଆକ୍ରମଣ କରିବା ପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ତେଣୁ ବାଧ୍ୟ ହୋଇ ପୁଲିସ କମଲୁକୁ ଏନକାଉଣ୍ଟର କରିଥିଲା। କମଲୁର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। କମଲୁ ଏବଂ ଆହତ ଇନ୍ସପେକ୍ଟରଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *