ଜମିଜମା ବିବାଦରୁ ଗଣ୍ଡଗୋଳ: ସାନଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ହାଣିଲା ବଡ଼

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଆଜି ସକାଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଛତାଭଟା ଗ୍ରାମର ଧ୍ରୁବ ଆଡଯୁଏଡ (୪୧) ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳୀ ଚାଷଜମିରେ କାମ କରୁଥିବା ସମୟରେ ଧ୍ରୁବଙ୍କ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ (୫୭) ଚାଷଜମିରେ ପହଞ୍ଚି ମୋ ଜମିରେ ତୁମେ କାହିଁକି ଚାଷ କରୁଛ ବୋଲି କହିବାରୁ ଦୁଇଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ବଡ଼ଭାଇ ପ୍ରସନ୍ନ ଆଡଯୁଏଡ ସାନଭାଇ ଓ ଭାଇ ବୋହୁଙ୍କୁ ହାଣି ପକାଇବାରୁ ଦୁହେଁ ଗୁରୁତର ହୋଇଥିଲେ ।

ଏହାପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁହେଁ ଚିକିତ୍ସିତ ହେଉଥିବା ବେଳେ ପ୍ରସନ୍ନ ଓ ତାଙ୍କ ସ୍ତ୍ରୀ ଶୁଶବତୀଙ୍କୁ ସିନ୍ଧେକେଲା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ସିନ୍ଧେକେଲା ଆଇଆଇସି ବସନ୍ତ କୁମାର ଦଳାଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *