ପୁଣି ସଲ୍‌ମାନଙ୍କୁ ଧମକ: ୫ କୋଟି ଟଙ୍କା ଦାବି କଲେ ବ୍ଲାକ୍‌ମେଲର୍‌

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ପୁଣି ଥରେ ମିଳିଛି ଧମକ। ନିକଟରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ମୁମ୍ବାଇ ଟ୍ରାଫିକ ପୁଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ରହିଛି ।

ବାର୍ତ୍ତାରେ ଚେତାବନୀ ଦିଆଯାଇଛି ଯେ ଯଦି ସଲମାନ ଯଦି ଦାବି ଅନୁସାରେ ଟଙ୍କା ପୈଠ କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଅବସ୍ଥା ମଧ୍ୟ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ଅପେକ୍ଷା ଖରାପ ହେବ ।

ବାର୍ତ୍ତାରେ କୁହାଯାଇଛି ଯେ “ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ନୋଇଙ୍କ ସହ ଶତ୍ରୁତାକୁ ଶେଷ କରିବାକୁ କରନ୍ତୁ। ଶତ୍ରୁତା ଶେଷ କରିବା ପାଇଁ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ। ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ, ନଚେତ୍ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଅପେକ୍ଷା ଖରାପ ହେବ।” ମୁମ୍ବାଇ ପୁଲିସ ଏହି ଧମକ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ଅପସ୍କେଲ୍‌ ବାନ୍ଦ୍ରାରେ ତାଙ୍କ ବିଧାୟକ ପୁଅ ଜିସାନ୍‌ ସିଦ୍ଦିକଙ୍କ କାର୍ଯ୍ୟାଳୟ ବାହାରେ ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ସିଦ୍ଦିକ (୬୬) ଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ।

ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଥିବା ଶୁଭମ୍ ଲୋଙ୍କାର ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସିଦ୍ଦିକଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ହାତ ରହିଛି। ଗତ କିଛି ମାସ ମଧ୍ୟରେ ସଲମାନ ବିଷ୍ନୋଇ ଗ୍ୟାଙ୍ଗର ବାରମ୍ବାର ଧମକର ସମ୍ମୁଖୀନ ହୋଇଥିଲେ।ସଲମାନ ଖାନଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ମଞ୍ଜୁର କରାଯାଇଛି ଏବଂ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୁଲିସ ନିୟୋଜନ କରାଯାଇଛି । 

Leave a Reply

Your email address will not be published. Required fields are marked *