ରାସ୍ତା ଅବରୋଧ ହଟାଇଲେ ଏସ୍‌ଡିପିଓ, ଆଇଆଇସି

ସୋର: ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ବର ଜିଲ୍ଲା ସୋର ଏବଂ ସିମୁଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଲୋକଙ୍କ ଘରେ ଓ ବିଭିନ୍ନ ରାସ୍ତାରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ଲୋକଙ୍କ ଘର ଭାଙ୍ଗିବା ସହିତ ରାସ୍ତା ଅବରୋଧ ହୋଇଥିଲା।ଖବର ପାଇବା ମାତ୍ରେ ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୋର ଅଂଚଳରେ ବୁଲିବୁଲି ଏକ କଟର ସାହାଯ୍ୟରେ ଗଛ କାଟି ସଫା କରିଥିବା ବେଳେ ସଦର ଏସ୍ଡ଼ିପିଓ ଡ଼ ଶଶାଙ୍କ ଶେଖର ବେଉରା ସିମୁଳିଆ ଅଂଚଳରେ ପହଂଚି ଲୋକଙ୍କ ଘର କଁ ରାସ୍ତାରେ ପଡିଥିବା ଗଛକୁ କାଟି ସଫା କରିଛନ୍ତି। ତେବେ ଅଗ୍ନିଶମ, ଓଡ୍ରାଫ୍‌ କିମ୍ବା ଏନ୍‌ଡ଼ିଆରଏଫ୍‌ ଟିମକୁ ଅପେକ୍ଷା ନକରି ନିଜ କର୍ତ୍ତବ୍ୟ ସମ୍ପାଦନା ପାଇଁ ଉଭୟ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ବାତ୍ୟା ପରେ ବର୍ଷା ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଛି। ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିଛି। ଗତକାଲି ଠାରୁ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଫଳରେ ରାସ୍ତା ଅବରୋଧ ହୋଇଛି ।

Leave a Reply

Your email address will not be published. Required fields are marked *