
ଭଞ୍ଜନଗର, (ଓଡ଼ିଶା ଟୁଡେ) :ଭାୟା ଭଞ୍ଜନଗର କନ୍ଧମାଳ ମାଳ ଜିଲାରୁ ଭାୟା ହୋଇ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଛି। ଗୁରୁବାର ରାତିରେ ଭଞ୍ଜନଗର ଅବକାର ବିଭାଗ କର୍ମଚା କଲେଜ ରୋଡ୍ରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲେ। ସେଥୁରୁ ୩୦ କେଜି ଗଞ୍ଜେଇ ମିଳିଥିଲା। ଉକ୍ତ ଗଞ୍ଜେଇ ସହ ଗାଡ଼ିକୁ ଜବତ କରାଯିବା ସହିତ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲାର କଲେ ରବ ଦିଗାଲ, ରୋହନ ଦିଗାଲ, ଗଣେଶ ମଲ୍ଲିକ ଓ ଦୀପକ ଦିଗାଲ। ସେମାନଙ୍କୁ ଶୁକ୍ରବାର ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ।
ଜାମିନ ନାମଞ୍ଜୁର ହେବାରୁ ଭଞ୍ଜନଗର ସ୍ବତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ଵରେ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମହାର ଥିଲେ। ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ, ଏସ୍ଆଇ ଅଲିଭା ମାଝୀ, କର୍ମଚାରୀ ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ସୁବ୍ରତ ପ୍ରଧାନ ଓ କ୍ରିଷ୍ଣାଚନ୍ଦ୍ର ସେଠୀ ପାଟ୍ରୋଲିଂ କରୁଥିଲେ ।