ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ୫ ବାଘୁଣୀ: ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବେ ଆଉ ପାଞ୍ଚ ବାଘୁଣୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବର୍ତ୍ତମାନ ଶିମିଳିପାଳରେ ଗୋଟିଏ ବାଘୁଣୀକୁ ଛଡ଼ା ଯାଇଛି। ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀକୁ ଛଡ଼ାଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଲୋକଙ୍କ ସହମତିରେ ଏହା କରାଯିବ।ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ମହାରାଷ୍ଟ୍ରରୁ ଓଡ଼ିଶାକୁ ବାଘୁଣୀମାନଙ୍କୁ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ଶିମିଳିପାଳରେ ୪୦ଟି ବାଘ ଅଛନ୍ତି। ସେମାନଙ୍କ ଵଂଶ ବୃଦ୍ଧି ଆବଶ୍ୟକ ହେଉଛି, ତେଣୁ ବାଘୁଣୀମାନଙ୍କୁ ଅଣାଯିବ ।

Leave a Reply

Your email address will not be published. Required fields are marked *