ଏଥର ଆଲୋକର ପର୍ବ ଟିକେ ନିଆରା: ଦୀପାବଳି ପାଇଁ ସଜେଇ ହେଲାଣି ଅଯୋଧ୍ୟା

ଅଯୋଧ୍ୟା: ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା। ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦୀପାବଳି। ଏଥିପାଇଁ ଆଲୋକ ଓ ଦୀପରେ ନବବଧୁଟିଏ ପରି ସଜେଇ ହେବାକୁ ପ୍ରସ୍ତୁତ ହେଉଛି ଶ୍ରୀରାମଙ୍କ ଜନ୍ମଭୂମି। ସହରରେ ଥିବା ସାରାୟୁ ନଦୀର ଘାଟରେ ୨.୫ ମିଲିୟନ୍‌ରୁ ଅଧିକ ଦୀପ ଜଳାଯିବାର ଯୋଜନା ରହିଛି। ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଭଗବାନ ରାମ ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତ ଯୁବକମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ଏହା କହିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଦୀପାବଳିର ବିଶେଷତ୍ବ ରହିଛି । ୫୦୦ ବର୍ଷ ପରେ ଭଗବାନ ରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ବସିଛନ୍ତି ଏବଂ ତାଙ୍କ ସହ ଏହି ଭବ୍ୟ ମନ୍ଦିରରେ ପ୍ରଥମ ଦୀପାବଳି ପାଳନ କରାଯିବ ।

Leave a Reply

Your email address will not be published. Required fields are marked *