
ଭୁବନେଶ୍ବର: ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ଇ-କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନେଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।