ଅଙ୍ଗନବାଡ଼ି କର୍ମୀ ପାଇବେ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ମହିଳାଙ୍କୁ ମିଳିବ କି ନାହିଁ ଜାଣନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ‘ସୁଭଦ୍ରା’ ଯୋଜନାରେ ସାମିଲ କରିଛନ୍ତି। ଏହା ଦ୍ବାରା ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ। ବାଦ୍‌ ପଡ଼ିଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବା। ଅଙ୍ଗନବାଡ଼ି କର୍ମୀମାନଙ୍କୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି। ବାଦ ପଡ଼ିଥିବା ସବୁ ଅଙ୍ଗନବାଡ଼ି କର୍ମୀଙ୍କୁ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ମିଳିବ। କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେନି। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ରି-ଚେକ ହେବ; ବାରମ୍ବାର ଚେକ ହେବ, କେହି ବି ବଞ୍ଚିତ ହେବେ ନାହିଁ । -ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ରାଜ୍ୟରେ ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ୧କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଆବେଦନ କରିଥିବାରୁ ଆହୁରି ପ୍ରାୟ ୪୦ଲକ୍ଷ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ ଆବେଦନକାରୀଙ୍କୁ ରିଜେକ୍ଟ କରାଯାଇଛି। ତେବେ ସୁଭଦ୍ରା ଯୋଜନା ନିୟମରେ ସଂଶୋଧନ ଆଣି କେମିତି ଅଧିକ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହୋଇପାରିବେ ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି।ଅନ୍ୟପଟରେ ଯେଉଁ ମହିଳାମାନଙ୍କର ଆବେଦନକୁ ସରକାର ରିଜେକ୍ଟ କରିଦେଇଛନ୍ତି, ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନେକ ମହିଳାଙ୍କର ଅଭିଯୋଗ ଯେ, ସରକାର ତାଙ୍କୁ ଅଣଦେଖା କରିଛନ୍ତି। ରିଜେକ୍ଟର କାରଣ ମଧ୍ୟ ଆଶ୍ଚର୍ଯ୍ୟ କରୁଛି। ଯଦି ଗୋଟିଏ ପରିବାରରେ ୪ ଜଣ ମହିଳା ଆର୍ଥିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ସମାନ ସ୍ଥିତିରେ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଯୋଜନାରେ ସାମିଲ ଅନ୍ୟମାନଙ୍କୁ ନମିଳିବାର କାରଣ କ’ଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *