ଆଜି ବଡ଼ଓଷା: ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର

କଟକ: ଆଜି କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ମନ୍ଦିରରେ ଧର୍ମମାସ କାର୍ତ୍ତିକ ମାସରେ ପାଳିତ ହେଉଛି ବଡ଼ଓଷା ପର୍ବ। ଏଠାରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ଘିଅରେ ଅଭିଷେକ କରାଯାଇଛି। ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର।ଓଡ଼ିଶାର ଏକମାତ୍ର ଶୈବ ପୀଠ ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା ପାଳନ କରାଯାଇଥାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୁଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ପ୍ରବଳ ଜନସମାଗମ ହୋଇଛି। ତେବେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଚାଲିଛି। ଗଜଭୋଗ ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *