ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ୍‌ଙ୍କ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କୁ ରାଜ୍ୟ ସରକାର ଆସନ୍ତାକାଲି (୨୦୨୪ ନଭେମ୍ବର ୨୭) ଚାକିରିରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କ ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କରି‌ ଦେଇଛନ୍ତି ।

ସୂଚନାଯୋଗ୍ୟ ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରିଣୀ ତଥା ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ଶ୍ରୀମତୀ କାର୍ତ୍ତିକେୟନ୍‌ ଗତ ମେ’ ମାସ ୩୧ ତାରିଖ ଠାରୁ ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଥିଲେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ତା’ର ପ୍ରସ୍ତୁତି ପାଇଁ ସେ ଆସନ୍ତା ନଭେମ୍ବର ୩୧ ତାରିଖ ଯାଏଁ ଛୁଟିରେ ରହିବେ ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ରାଜ୍ୟ ସରକାରଙ୍କୁ କହିଥିଲେ।୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରିଣୀ ତଥା ଭୈରବ କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ସ୍ତ୍ରୀ ଶ୍ରୀମତୀ କାର୍ତ୍ତିକେୟନ୍‌ ଗତ ମେ’ ମାସ ୩୧ ତାରିଖ ଠାରୁ ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଥିଲେ ।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି) ପାଇଁ ସୁଜାତା କାର୍ତ୍ତିକେୟନ୍‌ ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଭାରତୀୟ ନିର୍ବାଚନ କମିସନ୍‌ଙ୍କ ନିକଟରେ ଗତ ଏପ୍ରିଲ ମାସରେ ଅଭିଯୋଗ ଆଣିଥିଲା। ଏହା ‌ପରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିସନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ହୋଇଥିଲା ।

Leave a Reply

Your email address will not be published. Required fields are marked *