ରାତ୍ରି ତାପମାତ୍ରା: ରାଜ୍ୟରେ ୧୦ଡ଼ିଗ୍ରି ତଳେ ୮ ସହର, ଆହୁରି କଲବଲ କରିବ ଶୀତ

ଭୁବନେଶ୍ବର: ପ୍ରବଳ ଶୀତରେ ସାରା ଓଡ଼ିଶା ଥରୁଛି। ବଣ, ପାହାଡ଼ ଘେରା ଅଞ୍ଚଳର ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ସୂର୍ଯ୍ୟ ଉଦୟ ହେଲେ ସାମାନ୍ୟ ଆଶ୍ବସ୍ତି ଲାଭ କରୁଥିବା ବେଳେ ସୂର୍ଯ୍ୟାସ୍ତ ପରଠାରୁ ପୁଣି ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ଜୀବଜନ୍ତୁ ଓ ବୟସ୍କମାନଙ୍କୁ ଶୀତ ଅଧିକ କଲବଲ କରୁଛି। ଆଗାମୀ ଦିନରେ ଶୀତ ଆହୁରି ବଢ଼ିବାର ଆଶଙ୍କା ରହୁଛି। ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ୮ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଏଥିରେ ଝାରସୁଗୁଡ଼ାର ତାପାତ୍ରା ୬.୮ ଡିଗ୍ରି ରହିଛି। ରାଉରକେଲାରେ ୬.୮ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି, କେନ୍ଦୁଝରରେ ୯.୨ ଡିଗ୍ରି, ସୁନ୍ଦରଗଡ଼ରେ ୯.୪ ଡିଗ୍ରି, ଭବାନୀପାଟଣାରେ ୯.୪ ଡିଗ୍ରି, ଭୁବନେଶ୍ୱରରେ ୧୩ ଡିଗ୍ରି ଏବଂ କଟକରେ ୧୧.୫ ଡିଗ୍ରି ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୭ ଠାରୁ ପୁଣି ରାଜ୍ୟରେ ବର୍ଷାର ସମ୍ଭାବନା ଅଛି। ବାୟୁର ଦିଶା ପରିବର୍ତ୍ତନକୁ ନେଇ ବଙ୍ଗୋପ ସାଗରରୁ ରାଜ୍ୟ ମଧ୍ୟକୁ ଯେଉଁ ବାୟୁ ପ୍ରବାହିତ ହେଉଛି। ଏହାଦ୍ୱାରା ଆଦ୍ରତାର ପରିମାଣ ରହୁଛି। ଫଳରେ ଆକାଶ ମେଘୁଆ ସହ କାଁଭାଁ ବର୍ଷା ସମ୍ଭାବନା ରହିଛି।୧୭ ତାରିଖରେ ବର୍ଷା ସମ୍ଭାବନାକୁ ନେଇ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ ତାରିଖରେ ଗଜପତି, ଗଂଜାମ, ପୁରୀ, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୧୯ ତାରିଖରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପୁଣି ୨୦ ତାରିଖ ପରଠୁ ପାଗରେ ଶୁଖିଲା ଆସିବା ବୋଲି ପୂର୍ବାନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *