ଜଙ୍ଗଲ ନିଆଁ ପ୍ରସମନ ଓ ପରିଚାଳନା ପ୍ରସ୍ତୁତି ବୈଠକ

ଭଞ୍ଜନଗର : ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦୁଇ ସହ-ବନ ସଂରକ୍ଷକ ବିବେକ ଦାସ, ଶ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ, ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ବିମ୍ବାଧର ସାହୁ ଓ ସୁଜାତା ରାଣୀ ପଣ୍ଡା ଙ୍କ ସମେତ ଅବସର ପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ, ବିଶ୍ୱାଳ ସମ୍ବଳ କର୍ମୀ, ଶ୍ରୀ ପ୍ରଶାନ୍ତ କୁମାର ବେହେରା ଉପ-ବନାଞ୍ଚଳ ଅଧିକାରୀ, ବିଭିଓ ସ୍ମୃତିରଞ୍ଜନ ବଳ ମଞ୍ଚାସୀନ ରହି ଜଙ୍ଗଲ ସୁରକ୍ଷା ଉପକାରିତା ଓ ଜଙ୍ଗଲ ନିଆଁର ଭୟାବହତା ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରାୟ ୫୦ ଗୋଟି ଭିଏସଏସ ର ସଭ୍ୟ ସଭ୍ୟା ମହିଳା ଗୋଷ୍ଠି ସଦସ୍ୟ, ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଗଣ ପ୍ରଭୃତି ଉପସ୍ଥିତ ଥିଲେ । ସମସ୍ତ ବନପାଳ ଓ଼ ବନରକ୍ଷୀ କାର୍ଯ୍ୟକ୍ରମକୁ ସୁଚାରୁ ପରିଚାଳନା ରେ ସହଯୋଗ କରିଥିବା ବେଳେ ବନପାଳ ଜୀବନାନନ୍ଦ ତ୍ରିପାଠୀ ଶପଥପାଠ କରାଇଥିଲେ ଓ ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଡ଼ାକୁଆ ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *