ବଜାସାଲ ନାଚରେ ଦୁଲୁକିଲା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ମଞ୍ଚ

କେସିଙ୍ଗା (ଓଡ଼ିଶା ଟୁଡେ): ଲୋକ ସଂସ୍କୃତି ଓ ଆଦ୍ୟକଳାର ପ୍ରତିବିମ୍ବ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ରବିବାର ଦିନ କେସିଙ୍ଗା ଜଗନ୍ନାଥ ମନ୍ଦିର ପଡିଆଠାରେ ମହା ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ଅନୁଷ୍ଠାନ ର ପତାକା ଉତ୍ତୋଳନ କରିଥିଲେ।ପରେ କେସିଙ୍ଗାର ଇଷ୍ଟ ଦେବୀ ମାଆ ବୁଢ଼ାଡଙ୍ଗରଙ୍କ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବାହାରି ମଞ୍ଚକୁ ଆସିଥିଲା।ପୁଣି ଅପରାହ୍ନ ତିନିଟା ସମୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଥିଲା ଯାହାକୁ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଉଦ୍ଘାଟନ କରିଥିଲେ। ତାହାପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଥିଲା ଦର୍ଶକ ଙ୍କ ପ୍ରତିକ୍ଷିତ ସାଂସ୍କୃତିକ ସନ୍ଧ୍ୟା ଯାହାକୁ ଉଦ୍ଘାଟନ କରିଥିଲେ କଳାହାଣ୍ଡି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସେହିପରି ସମ୍ମାନିତ ଅତିଥି ଭାବରେ ନଗର ପାଲ ନୃପରାଜ ଯାଦବ ଓ କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ରଙ୍କ ସମେତ ସମ୍ପାଦକ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ପୁରୀର ମାହାରୀ ନୃତ୍ୟ, ସମ୍ବଲପୁରର ରଙ୍ଗ ଫରୁଆ ମୟୁରଭଂଜର ଛଉ ନୃତ୍ୟ ସାଙ୍ଗକୁ ସମ୍ବଲପୁରୀ ବାଜାସାଲ ସାଙ୍ଗକୁ ବରଗଡ଼ ର ଢ଼ାଳିଆଖୁସା ଓ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମରେ ବୁଢ଼ାଡଙ୍ଗର ମଞ୍ଚ ଦୁଲିକି ଥିଲା। ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଦର୍ଶକମାନଙ୍କ ପାଇଁ ବସିବାର ସୁବ୍ୟବସ୍ଥା ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *