ଭଞ୍ଜନଗର କଂଗ୍ରେସ ପକ୍ଷରୁ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂଙ୍କ ସ୍ମୃତି ଚାରଣ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନେତା ଡ.ମନମୋହନ ସିଂଙ୍କ ଦେହାନ୍ତରେ ଭଞ୍ଜନଗର କଂଗ୍ରେସ ପକ୍ଷରୁ ସ୍ମୃତି ଚାରଣ କରାଯାଇଛି । ବିଶିଷ୍ଟ କଂଗ୍ରେସ ନେତା ଦେବୀ ବିଷୋୟୀଙ୍କ ନେତୃତ୍ବରେ ଦିବଙ୍ଗତ ସିଂଙ୍କ ଦେଶ ପ୍ରତି ରହିଥିବା ଅବଦାନ ତଥା ତାଙ୍କର ଶାସନ ଅମଳରେ ହୋଇଥିବା ପ୍ରଗତି ସଂର୍ପକରେ ଆଲୋଚନା କରାଯାଇଥିଲା । ଏଥିରେ ବିଦ୍ୟାଧର ପ୍ରଧାନ, ଦିଲ୍ଲିପ କୁମାର ଗୌଡ, ଟୁନା ସାହୁ, ସୀମାଞ୍ଚଳ ବିଷୋୟୀ, ନାରାୟଣ ସେଠୀ, ରବି ମଲ୍ଲିକ, ସଚ୍ଚିଦାନନ୍ଦ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଚିତ୍ତ ପଟ୍ଟନାୟକ, ଆଶିଷ ପ୍ରଧାନ, ସନ୍ତୋଷ ଦିଗାଲ, ଜବହରାଲାଲ ସାହୁ, ସନ୍ତୋଷ ପ୍ରଧାନ, ସହସ୍ରାଂଶୁ ରାଉତ, ବିକ୍ରମ ବିଷୋୟୀ, ହେମନ୍ତ ସେଠୀ, ଅଶ୍ବିନୀ ଭୂୟାଁ, ବିଶିକେଷନ ରାଉତ ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *