ଭୁବନେଶ୍ୱର ଚାଲାଣ ବେଳେ ଭଞ୍ଜନଗରରୁ ଗଞ୍ଜେଇ ଜବତ; ଜଣେ ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ନିଧିଆପଲ୍ଲୀ ଛକରୁ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଓଆଇସି ଏସ୍ଆଇ ଅଲିଭା ମାଝୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଜୟ ମଲ୍ଲିକ। ସେ ଏକ ବସ୍ତାରେ ଗଞ୍ଜେଇ ଚାଲାଣ କରୁଥିବା ଖବର ପାଇ ଅବକାରୀ ଟିମ୍ ଚଢଉ କରି ତା ନିକଟରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ କେସ୍ ନମ୍ବର ୭୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ସୁଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏଥିରେ ଅବକାରୀ ଅଧିକାରୀ ଡମ୍ବୁରୁଧର ହରିଜନ,ଏଏସ୍ଆଇ ବହୁମୂଲ୍ୟ ପରିଜା,ସନାତନ ନାହାକ,କୃଷ୍ଣଚନ୍ଦ୍ର ସେଠୀ,ଜଗନ୍ନାଥ ମହାପାତ୍ର,ସୁବଳ ପ୍ରଧାନ ପ୍ରମୁଖ ଚଢଉରେ ସାମିଲ ରହିଥିଲେ। ଏଥିସହ ବଡକୋଦଣ୍ଡା ଗ୍ରାମରେ ମଧ୍ୟ ଚଢଉ କରି ଜଣେ ଅଭିଯୁକ୍ତଙ୍କ ସମେତ ୮୦ ଲିଟର ଆଡି ମଦ ସହ ଏକ ସ୍କୁଟି ଜବତ କରିଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *