ଭଞ୍ଜନଗର: ସାର୍ଦ୍ଦୁଳ ଗ୍ରାମରେ ହାତୀ କଚାଡି ଜଣେ ଆହତ; ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର

ଭଞ୍ଜନଗର (ଅରକ୍ଷିତ ପରିଚ୍ଛା, ଓଡ଼ିଶା ଟୁଡେ): ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମର ସୁଦୁରୁ ନାୟକ (୫୮ ବର୍ଷ) ଗ୍ରାମ ମୁଣ୍ଡରେ ଆଜି ପୂର୍ବାହ୍ନରେ ଶୌଚ୍ଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ହାତୀ ସୁଦୁରୁ ନାୟକଙ୍କୁ ଦଳି ଶୁଣ୍ଢରେ କଚାଡି ଦେଇଥିଲା । ଆହତ ସୁଦୁରୁଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ସୂଚନା ପ୍ରକାରେ ୩ଟି ହାତୀ କଦଳୀ ବଗିଚାରେ କଦଳୀ ଖାଉଥିବା ସମୟରେ ସୁଦୁରୁ ନାୟକ ଶୌଚ୍ଚ ହୋଇ ଫେରୁଥିବା ବେଳେ ଏକ ହାତୀ ହାବୁଡରେ ପଡ଼ିଥିଲେ । ହାତୀ ସୁଦୁରୁଙ୍କୁ ଆଘାତ କରିବା ସହ ଗ୍ରାମରେ ଫସଲ ଓ ପନିପରିବା ନଷ୍ଟ କରିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳପାରିନାହିଁ ।

Leave a Reply

Your email address will not be published. Required fields are marked *