ଭଞ୍ଜନଗର: ବିଦ୍ୟୁତ୍ ନଗର ପ୍ରାଥମିକ ବିଦ୍ୟାଳୟ ଠାରେ ଜଙ୍ଗଲ ନିଆଁ ଦମନ କାର୍ଯ୍ୟକ୍ରମ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଆଜି ପ୍ରାଥମିକ ବିଦ୍ୟାଳୟ ବିଦ୍ୟୁତ୍ ନଗର, କଣ୍ଟେଇପଲ୍ଲୀ ଠାରେ ବନ ସୁରକ୍ଷା ଉପରେ ଏକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଅବସରପ୍ରାପ୍ତ ସେନା କର୍ମଚାରୀ କ୍ୟାପ୍ଟେନ ଶ୍ରୀ ମହେନ୍ଦ୍ର କୁମାର ସ୍ୱାଇଁ ଏବଂ ବନ ସୁରକ୍ଷା କର୍ମୀ ତଥା ପରିବେଶ ପ୍ରେମୀ ଶ୍ରୀ ଶୁଳପାଣି ଶତପଥୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ପାଣିଗ୍ରାହୀ, ସହକାରୀ ଶିକ୍ଷୟିତ୍ରୀ ପ୍ରତିଭା ବିଶୋୟୀ ଉପସ୍ଥିତ ଥିଲେ। କୋମଳମତି ଛାତ୍ର ଛାତ୍ରୀ ଙ୍କୁ ବନର ସୁରକ୍ଷା ମାଧ୍ୟମରେ ପରିବେଶ ସୁରକ୍ଷା କିପରି କରାଯାଇ ପାରିବ, ସେ ସଂପର୍କରେ ଆଲୋଚନା ହୋଇଥିଲା। ଆଗକୁ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ତାହା କିପରି ଦମନ କରାଯିବ, ଏବଂ ପରିବେଶ ସୁରକ୍ଷା କରାଯିବ, ତାହା ପିଲାମାନଙ୍କ ଜରିଆରେ ପରିବାର ଗୁଡ଼ିକୁ ବାର୍ତ୍ତା ପହଞ୍ଚାଯାଇଥିଲା ।କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜାଗ୍ରତ ପ୍ରହରୀ ପରି କିପରି ପରିବେଶ ସୁରକ୍ଷାରେ ନିଜକୁ ନିୟୋଜିତ କରୁଛନ୍ତି, ସେ ସଂପର୍କରେ ବିଶଦ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *