ଜାନୁଆରି ୨୧ ଓ ୨୭ରେ ହେବ ସ୍ଥଗିତ ରହିଥିବା ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ : ଜାନୁଆରି ୧୫ରେ ସ୍ଥଗିତ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି। ଆସନ୍ତା ଜାନୁଆରି ୨୧ ଓ ୨୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଅପଡେଟ୍ ହୋଇଥିବା ଆଡମିଟ୍ କାର୍ଡ ଖୁବ୍ ଶୀଘ୍ର ୟୁଜିସି ନେଟ୍ ୱେବସାଇଟ୍ www.ugcnet.nta.ac.inରେ ଉପଲବ୍ଧ ହେବ।ସୂଚନାଯୋଗ୍ୟ ଯେ ଜାନୁଆରି ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୋମବାର ରାତିରେ ଘୋଷଣା କରିଥିଲା ଏନଟିଏ। ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ୧୩ ଜାନୁଆରି ୨୦୨୫ରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏ ସଂକ୍ରାନ୍ତରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲା। ନୋଟିସ୍‌ରେ କୁହାଯାଇଥିଲା ଯେ ବିଭିନ୍ନ ପର୍ବପର୍ବାଣୀ ଯୋଗୁଁ ଜାନୁଆରି ୧୫ର ୟୁଜିସି-ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଜାନୁଆରି ୧୫ରେ ହେବାକୁ ଥିବା ୟୁଜିସି-ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୋମବାର ରାତିରେ ଘୋଷଣା କରିଥିଲା ଏନଟିଏ। ପୋଙ୍ଗଲ, ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଥିଲା।ତେବେ ଜାନୁଆରି ୧୬ରେ ହେବାକୁ ଥିବା ୟୁଜୁସି ନେଟ୍‌ ପରୀକ୍ଷା ପୂର୍ବ କାର୍ଯ୍ୟକ୍ରମଅନୁସାରେ ଅନୁଷ୍ଠିତ ହେବ। ଏନଟିଏର ମୂଳ କାର୍ଯ୍ୟକ୍ରମ ଅନୁସାରେ ୟୁଜିସି ନେଟ ପରୀକ୍ଷା ଜାନୁଆରି ୩ରୁ ଆରମ୍ଭ ହୋଇ ୧୬ ପର୍ଯ୍ୟନ୍ତ ୮୫ଟି ବିଷୟରେ ଅନୁଷ୍ଠିତ ହେଉଛି। କେବଳ ୧୫ ତାରିଖର ପରୀକ୍ଷାକୁ ୨୧ ଓ ୨୭କୁ ଘୁ୍ଞ୍ଚାଯାଇଛି। ତାରିଖ ଘୁଞ୍ଚାଇବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *