
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ରବିବାର ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ ଭଞ୍ଜନଗର ଶାଖା ଏବଂ ଭାଜପା ତାରସିଂ ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଟ୍ରକ ମାଲିକ ସଙ୍ଘ ସଭାରେ ବିରଜା କାନ୍ତ ସାବତ (ସଭାପତି), ମନୋଜ କୁମାର ଜେନା (ଉପ ସଭାପତି), ମହେନ୍ଦ୍ର କୁମାର ମହାରଣା (ସଂପାଦକ), ଧୋବା ଗୌଡ, କୁନା କର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ନବ ନିର୍ବାଚିତ ତାରସିଂ ମଣ୍ଡଳ ଭାଜପା ସଭାପତି ନାରାୟଣ ନାୟକ, ମଣ୍ଡଳ ପ୍ରତିନିଧି ରାଜୁ ପ୍ରଧାନ ଏବଂ ସେମାନଙ୍କ ସମର୍ଥକ ବିଧାୟକଙ୍କୁ ତାଙ୍କ ବାସଭବନରେ ଭେଟି ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ବିଧାୟକ ଦଳୀୟ ସଂଗଠନ ଆଗକୁ ନେବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଅପରାହ୍ନ ରେ ବିଧାୟକ କୁଲାଡ ଶିଶୁ ମନ୍ଦିର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ରାତିରେ ଗାମୁଣ୍ଡି ଠାରେ ହୋଇଥିବା ଖୋଲା ଜିମ୍ କୁ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।