ଶ୍ରୀମନ୍ଦିର ଭିତର ପାର୍ଶ୍ବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ

ପୁରୀ: ପୁଣି ଥରେ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଭିତର ଏକ ଭିଡିଓ କେତେକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଅଛିl ଏ ସମ୍ବନ୍ଧରେ ଅବଗତ ହେବାପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇସାରିଛି।ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ତଥା ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଅଟେl ତେଣୁ ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀଙ୍କୁ ଜଣାଇ ଦିଆଯାଉଅଛି ଯେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍ କିମ୍ବା କ୍ୟାମେରା ନେଇ ଯିବେ ନାହିଁ l ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚିତ୍ର ବା ଭିଡିଓ ଉତ୍ତୋଳନ କରିଥିବା ଭକ୍ତ ବା ବ୍ଯକ୍ତିଙ୍କୁ ଦର୍ଶନ କରେଇଥିବା ସେବକ ବା ପଣ୍ଡାଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢ଼ୀ। ତେବେ ପୁନର୍ବାର ଏଭଳି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚିତ୍ର ବା ଭିଡିଓ ଉତ୍ତୋଳନ କରିଥିବା ଭକ୍ତ ବା ବ୍ଯକ୍ତିଙ୍କୁ ଦର୍ଶନ କରେଇଥିବା ସେବକ ବା ପଣ୍ଡାଙ୍କ ବିରୁଦ୍ଧରେ ମଧ୍ଯ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢ଼ୀ।ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ରାଜା ସାକେର ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟାଗ୍ରାମ ଆଇଡିରେ ଶ୍ରୀମନ୍ଦିର ଭିତର ବେଢ଼ାର ଏକାଧିକ ଫଟୋ ସେୟାର କରିଥିଲେ। ଏହି ଫଟୋ ନୃସିଂହ ମନ୍ଦିର ଓ ଆନନ୍ଦ ବଜାରରୁ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର ଭିତରେ ଛିଡ଼ା ହୋଇ ଯୁବକ ଜଣକ ନିଜ ମୋବାଇଲ୍‌ରେ ସେଲ୍‌ଫି ନେଇଥିଲେ, ଯେଉଁଥିରେ ଶ୍ରୀମନ୍ଦିର ଓ ନୃସିଂହ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। ସେହିଭଳି ଆନନ୍ଦବଜାରରେ ଛିଡ଼ା ହୋଇ ଯୁବକ ଜଣକ ବଡ଼ଦାଣ୍ଡର ଫଟୋ ବି ଉତ୍ତୋଳନ କରିଥିଲେ। କିଛି ଦିନ ତଳେ ଜଣେ ଯୁବକ ଶ୍ରୀମନ୍ଦିର ବେଢ଼ାରେ ଛିଡ଼ା ହୋଇ ନିଜ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ ।

Leave a Reply

Your email address will not be published. Required fields are marked *