ବିଦେଶରୁ ନିବେଶ ଆଣିବେ ଭଞ୍ଜନଗର ପୁଅ; ମେକ ଇନ୍ ଓଡ଼ିଶା ୨୦୨୫ ରେ ମନୋନୀତ ହେଲା ଉଦ୍ୟୋଗ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ର ଯୁବ ଉଦ୍ୟୋଗୀ ତଥା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସଙ୍କ ପୁତ୍ର ଶକ୍ତିସମ୍ପଦ ଦାସଙ୍କ ଉଦ୍ୟୋଗ ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡ ଓଡ଼ିଶା ସରକାରଙ୍କ ଷ୍ଟାର୍ଟ ଅପ୍ ଓଡ଼ିଶା ପକ୍ଷରୁ ୨୮ ଓ ୨୯ ଜାନୁଆରୀ ଭୁବନେଶ୍ୱର ଜନତା ମଇଦାନରେ ଅନଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ୨୦୨୫ ରେ ନିବେଶ ଆଣିବାକୁ ମନୋନୀତ ୨୬ କମ୍ପାନୀ ମଧ୍ୟରେ ସ୍ଥାନ ପାଇଛି । ଏହି ଖବର ଭଞ୍ଜନଗର ଅଞ୍ଚଳର ଜନ ସାଧାରଣ ଏବଂ ଉଦ୍ୟୋଗୀ ମାନଙ୍କୁ ଖୁସି ଆଣି ଦେଇଛି ।

୨୬ ଟି ପ୍ରମୁଖ ଉଦ୍ୟୋଗ ମଧ୍ୟରେ ସ୍ଥାନ ପାଇ ଥିବାରୁ ଆମେ ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶକ୍ତି ସମ୍ପଦ ଦାସଙ୍କୁ ଯୋଗାଯୋଗ କରିଥିଲୁ ଏବଂ ଓଡ଼ିଶା ଟୁଡେ ପକ୍ଷରୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲୁ । ରାଜ୍ୟ ସରକାରଙ୍କ ଦ୍ଵାରା ଉଦ୍ୟୋଗ ମନୋନୀତ ହେବା ପରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ଓଡ଼ିଶା ଟୁଡେ କୁ ପ୍ରତିକ୍ରିୟାରେ ଶ୍ରୀ ଦାସ କହିଥିଲେ”ଆମେ ଅନୁଭବୀ ବ୍ୟାଟେରି ଚାଳିତ ଗାଡି (EV), ଏକ ରିପ୍ୟାରୀଙ୍ଗ ସେବା ପ୍ରଦାନକାରୀ କମ୍ପାନୀ, ଯାହା ଫ୍ରାଞ୍ଚାଇଜି ମଡେଲରେ ଓଡ଼ିଶା ରେ କାର୍ଯ୍ୟ କରୁଛୁ।”

ଆମେ ପ୍ରଦାନ କରୁଛୁ:-

ସମ୍ପୂର୍ଣ୍ଣ ପ୍ରଶିକ୍ଷଣ, ଜୀବନବ୍ୟାପୀ ଅନଲାଇନ୍ ସହାୟତା ସେବା, – ସ୍ପେଅର୍ସ୍ ଏବଂ ଆବଶ୍ୟକ ଇଲେକ୍ଟ୍ରିକାଲ୍ ଟୁଲ୍ସ୍ ଯୋଗାଇବା, ଡିଜିଟାଲ୍ ସଂଯୋଗୀକରଣ ସୁବ୍ୟବସ୍ଥା, ବଡ଼ EV ବ୍ରାଣ୍ଡଗୁଡିକର ସହ ମିଶି , ସେମାନଙ୍କ ଗାଡ଼ିର ନିୟମିତ ସଜାଡିବା ସୁବ୍ୟବସ୍ଥା କୁ ଆପଣଙ୍କ ଗ୍ୟାରେଜ ସୁନିଶ୍ଚିତ କରିବା ସହ ଯାହାଦ୍ୱାରା ରିପେୟର୍ ଏବଂ ମେଁଣ୍ଟେନାନ୍ସ୍ ସେବାଗୁଡିକର ପାଇଁ ଗ୍ରାହକଙ୍କୁ ସୁନିଶ୍ଚିତ କରାଯାଏ । ଯେଉଁମାନେ ଗ୍ୟାରେଜ କୁ ଆମ ଫ୍ରାଞ୍ଚାଇଜି ନେଇ “ରେଡ୍ଡୀ ଟୁ ଇଭି ଗ୍ୟାରେଜ” କରୁଛନ୍ତି, ତେବେ ଭବିଷ୍ୟତ ରେ ସେମାନେ ଗୋଟେ ନୂତନ ବ୍ୟବସାୟ ର ସମ୍ଭାବନା ସୃଷ୍ଟି କରିପାରିବେ । ନିଜ ଲାଗତ ର ଶତକଡ଼ା ୮୫ ଭାଗ ପ୍ରତ୍ୟକ ମାସ ଉଠେଇ ପାରିବେ ।

ରାଜ୍ୟ ସରକାରଙ୍କ ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ଵାରା ନିବେଶ ଆଣିବାକୁ ମନୋନୀତ ଉଦ୍ୟୋଗ ମଧ୍ୟରେ ସ୍ଥାନ ପାଇବାରୁ ନିଜ ଖୁସି ବ୍ୟକ୍ତ କରିବା ସହ ଦେଶ ବିଦେଶରୁ ନିବେଶ ମିଳିଲେ କମ୍ପାନୀ ଏହାର ବିଭିନ୍ନ ଦିଗ ଉପରେ ଫୋକସ କରିବ ଯେପରିକି ନିଜର ଫ୍ରାଞ୍ଚାଇଜି ଅଭିବୃଦ୍ଧି, ଆଧୁନିକୀକରଣ ଯନ୍ତ୍ରାଂଶ ଏବଂ ଗ୍ରାହକଙ୍କୁ ଅଧିକରୁ ଅଧିକ ସୁବିଧା ଦେବା ଉପରେ ଧ୍ୟାନ ଦେବେ ବୋଲି ଶ୍ରୀ ଦାସ ଜଣାଇଥିଲେ ।

ଇଭି ଗ୍ୟାରେଜ ପ୍ରାଇଭେଟ୍ ଲିମିଟେଡ ର କାର୍ଯ୍ୟାଳୟ ଭୁବନେଶ୍ୱର ଉତ୍ତରା ଛକ ଭାର୍ଗବୀ ବିହାର ଠାରେ ରହିଥିବା ବେଳେ ଶକ୍ତି ସମ୍ପଦ ଦାସ ଏବଂ ଦୀପକ ଭରଦ୍ୱାଜ ଦୁଇଜଣ ନିର୍ଦ୍ଦେଶକ ରହିଛନ୍ତି । ୨୦୨୧ ମସିହାରୁ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଇଲେକ୍ଟ୍ରିକ୍ ଯାନ ଉପରେ ନିର୍ଭର କରୁଥିବା ଗ୍ରାହକ ଏବଂ ଗ୍ୟାରେଜ ମାନଙ୍କର ବେଶ୍ ପସନ୍ଦ ହୋଇ ପାରିଛି ।

Leave a Reply

Your email address will not be published. Required fields are marked *