
ନୂଆଦିଲ୍ଲୀ : ଲକଡାଉନର ୪ର୍ଥ ଦିନ ସାରା ଦେଶର ଶ୍ରମିକ ନିଜ ନିଜ ଘରକୁ ପଳାୟନ କରିବା ଏକ ବଡ ଚ୍ୟାଲେଞ୍ଜ ଭାବରେ ଦେଖିବାକୁ ମିଳିଛି। ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଳୀ-ଏନସିଆରର ସ୍ଥିତି ନିକଟରେ ସବୁଠାରୁ ଖରାପ ଥିଲା। ଯେଉଁଠି ରିକ୍ସା ଚାଳକ, ଶ୍ରମିକ ଏବଂ ବିଭିନ୍ନ କଳକାରଖାନାରେ କାମ କରୁଥିବା କର୍ମଚାରୀ ଗାଁକୁ ପେରିବା ପାଇଁ ହଜାର ହଜାର ସଂଖ୍ୟାରେ ବାହାରି ପଡିଥିଲେ।
ଦିଲ୍ଲୀ ର ଆନନ୍ଦ ବିହାର ଅନ୍ତର୍ଜାତୀୟ ବସଷ୍ଟାଣ୍ଡରେ ଶନିବାର ସନ୍ଧ୍ୟାରେ ପଳାୟନ କରୁଥିବା ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଳା। ଏଭଳି ସ୍ଥିତି ଦେଖି ନିହାତି ପକ୍ଷରେ ଭୟ ହୋଇଯିବ ମନ ଭିତରେ। ତେବେ କେବଳ ଦିଲ୍ଲୀ-ଏନସିଆର ନୁହେଁ ବଂର ଦେଶର ବଡ ବଡ ସହରରେ ଥିବା ଲୋକ ଏବେ ଗାଁକୁ ପଳାୟନ କରିବା ଜାରି ରଖିଛନ୍ତି। କାନପୁର ହେଉ କିମ୍ବା ସୋନିପଥ କିମ୍ବା ସିରସା। ସବୁଠାରୁ ଶ୍ରମିକଙ୍କ ପ୍ରବଳ ଭିଡ ଦେକିବାକୁ ମିଳୁଛି। ଶ୍ରମିକଙ୍କୁ କରୋନା ସଂକ୍ରମଣର କୌଣସି ଚିନ୍ତା ନାହିଁ କିମ୍ବା ଅନ୍ୟ କାହାର ସଂକ୍ରମିତ ହୋଇପାରେ ବୋଲି ମଧ୍ୟ ଭୟ ନାହିଁ। କେବଳ ତାଙ୍କୁ ଘରକୁ ହିଁ ଯିବାର ଅଛି।