ମହାକୁମ୍ଭରେ ଜନସମୁଦ୍ର: ବୁଡ଼ ପକାଇଲେଣି ୩୫ କୋଟି ଭକ୍ତ, ଛୁଇଁପାରେ ୫୦ କୋଟି…

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଉଛି ଜନସମୁଦ୍ର । ପବିତ୍ର ସ୍ନାନ ପାଇଁ ପ୍ରୟାଗରାଜରେ ଲାଗୁଛି ଗହଳି । ଭକ୍ତଙ୍କ ସମାଗମ ସଂଗମ୍ ସ୍ଥଳରୁ ନେଇ ବିଭିନ୍ନ ଘାଟରେ ଦେଖିବାକୁ ମିଳୁଛି । ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି । ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ମହାତ୍ମା, ବାବାଙ୍କ ସହ ଅନେକ ଭକ୍ତ ବୁଡ ପକାଉଛନ୍ତି । ତେବେ ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୫ କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି ।ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ବୁଡ ପକାଇବାକୁ ଭକ୍ତ ଚାହିଁ ରହିଥିବା ବେଳେ ସୋମବାର ସକାଳ ୮ଟା ସୁଦ୍ଧା ୬୨ ଲକ୍ଷ ଲୋକ ସଂଗମରେ ବୁଡ ପକାଇଥିଲେ । ରବିବାର ଦିନ ଦେଢ କୋଟି ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ସେହିପରି ମୌନୀ ଅମାବାସ୍ୟା ଦିନ ପ୍ରାୟ ୮ କୋଟି ଲୋକ ବୁଡ ପକାଇଥିଲେ । ମହର ସଂକ୍ରାନ୍ତିରେ ୨ କୋଟି ଏବଂ ପୁଷ ପୁର୍ଣ୍ଣିମାରେ ଦେଢ କୋଟିରୁ ଅଧିକ ଭକ୍ତ ପବିତ୍ର ସଂଗମ ସ୍ଥଳରେ ବୁଡ ପକାଇଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି ।

ଆଉ ଏହି ଭିଜକୁ ଦୃଷ୍ଟିରେ ଏକ ଆକଳନ କରାଯାଉଛି କି ଏମିତି ଯଦି ଭିଡ ପରିଲକ୍ଷିତ ହୁଏ ତେବେ ମହାକୁମ୍ଭ ଶେଷ ହେବା ବେଳକୁ ପ୍ରାୟ ୫୦ କୋଟିରୁ ଅଧିକ ଭକ୍ତ ବୁଡ ପକାଇ ସାରିଥିବେ ।ତେବେ ମହାକୁମ୍ଭରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବୁଡ ପକାଇବାକୁ ଥିବା ବେଳେ ପୂର୍ବରୁ ଅମିତ ଶାହା, ଯୋଗୀ ଆଦିତ୍ୟନାଥ, ବାବା ରାମଦେବଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ରାଜନେତା, କବି ଲେଖକ, କ୍ରିକେଟର, ବଲିଉଡ ତାରକା ବୁଡ ପକାଇବାକୁ କୁମ୍ଭମେଳା ଆସୁଛନ୍ତି । ଅମୃତ ବୁଡ ପକାଉଥିବା ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା କରାଯାଉଛି । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଏହି ପୁଷ୍ପ ବୃଷ୍ଟି କରାଯାଉଛି । ତେବେ ଗତ ମୌନୀ ଅମାବାସ୍ୟା ବେଳେ ହୋଇଥିବା ଭିଡ ଏବଂ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆଉ ଏହି ଘଟଣା ପରେ ଚେତିଛି ପ୍ରଶାସନ । ଭିଡ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏହି ଫୋର୍ସ ଗଠନ କରାଯାଇ ଭିଡ ନିୟନ୍ତ୍ରଣ କରାଯାଉଛି ।

Leave a Reply

Your email address will not be published. Required fields are marked *