ତ୍ରିବେଣୀ ସଂଗମରେ ଭୁଟାନ ରାଜା: ହେଲା ଭବ୍ୟ ସମ୍ବର୍ଦ୍ଧନା

ପ୍ରୟାଗରାଜ: ସୋମବାର ଲକ୍ଷ୍ନୌରେ ପହଞ୍ଚିଛନ୍ତି ଭୁଟାନ୍‌ର ରାଜା ଜିଗ୍‌ମେ ଖେସର ନାମଗେଲ ଓ୍ବାଙ୍ଗଚୁକ୍‌। ପ୍ରୟାଗରାଜର ମହାକୁମ୍ଭରେ ତାଙ୍କର ନିର୍ଦ୍ଧାରିତ ଗସ୍ତ ପୂର୍ବରୁ ରାଜା ସେଠାରେ ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜାଙ୍କୁ ସ୍ୱାଗତ କରିଥିଲେ। ଫୁଲତୋଡ଼ା ଦେଇ ଯୋଗୀ ରାଜାଙ୍କୁ ଅଭିବାଦନ ଜଣାଇଥିବା ବେଳେ ସେ ମଧ୍ୟ ଯୋଗୀଙ୍କୁ ଅଭିବାଦନ ଜଣାଇଥିବା ଦେଖିବାକୁ ମିଳିଛି।ଭାରତୀୟ ପରମ୍ପରା ଅନୁଯାୟୀ, ରାଜାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରରେ ସାଂସ୍କୃତିକ ପ୍ରଦର୍ଶନ କରାଯାଇଥିଲା। ୱାଙ୍ଗଚୁକ୍‌ ଳାକାରମାନଙ୍କୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ପ୍ରଦର୍ଶନ ପାଇଁ କାମ ଜାରି ରଖିବାକୁ କହିଥିଲେ।ରାଜଭବନ ଯାଇ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଥିଲେ ଭୁଟାନର ରାଜା ଜିଗ୍‌ମେ ଖେସର । ଏକ ବୟାନରେ ରାଜା କହିଥିଲେ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଗରିମାପୂର୍ଣ୍ଣ ସ୍ବାଗତ ଜଣାଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ରାଜଭବନରେ ଭୁଟାନ ରାଜା ଏବଂ ତାଙ୍କର ବିଶିଷ୍ଠ ପ୍ରତିନିଧିମଣ୍ଡଳ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଭାରତ-ଭୁଟାନ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *