
ଇସଲାମାବାଦ : ଚୀନରେ କରୋନା ଭାଇରସ ପ୍ରଭାବରେ ଏବେ ସୁଦ୍ଧା ୩୦୦ରୁ ଅଧିକ ଜଣ ପ୍ରାଣ ହରାଇ ସାରିଲେଣି। ପ୍ରତିଦିନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତ ବୁହାନରେ ଫସିଥିବା ୬୪୭ଜଣ ନାଗରିକଙ୍କୁ ସ୍ୱତନ୍ତ୍ର ବିମାନରେ ସ୍ୱଦେଶକୁ ଫେରାଇ ଆଣିଛି। କିନ୍ତୁ ପାକିସ୍ତାନର ହଜାରରୁ ଅଧିକ ଛାତ୍ର ସେଠାରେ ଫସି ରହିଛନ୍ତି। ଲୋକମାନେ ବାହାରିବା ପାଇଁ ପାକ୍ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି। କିନ୍ତୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ସେମାନଙ୍କୁ ଆଣିବା ପାଇଁ ମନା କରିଦେଇଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଇମରାନଙ୍କୁ ସମାଲୋଚନା କରୁଛନ୍ତି।
ପାକ୍ ସରକାର କହିଛନ୍ତି ଯେ, ଚୀନରେ ପାକ୍ ନାଗରିକଙ୍କୁ ଉତ୍ତମ ଚିକିତ୍ସା ମିଳୁଛି। ତେବେ ସେମାନଙ୍କ ପରିବାର ଲୋକେ ସରକାରଙ୍କ ଉପରେ ଲଗାତାର ଚାପ ପ୍ରୟୋଗ କରୁଛନ୍ତି। ତେବେ ସେମାନଙ୍କୁ ଆଣିଲେ ଅଧିକ ବିପଦ ହେବ ବୋଲି ସରକାର କହୁଛନ୍ତି।
ବୁହାନରେ ଫସିଥିବା ଜଣେ ପାକ୍ ଯୁବକ ସୋସିଆଲ ମିଡିଆରେ ପୋଷ୍ଟ୍ କରି ଲୋକମାନେ ଘଂଟାଘଂଟା ଧରି ଗୋଟିଏ ରୁମରେ ବନ୍ଦ କରି ନିଜକୁ ରଖୁଛନ୍ତି ବୋଲି କହିଛନ୍ତି।