
ଭୁବନେଶ୍ବର: ରାଜ୍ୟରେ ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩, ଗଞ୍ଜାମରୁ ୪୨, ଭଦ୍ରକରୁ ୯, ଯାଜପୁରରୁ ୧୭, ସୁନ୍ଦରଗଡରୁ ୨ ଜଣ ଥିବା ଜଣାପଡିଛି।
09 cases in Bhadrak
— I & PR Department, Odisha (@IPR_Odisha) May 14, 2020
All In Quarantine Centres. 5 Surat returnees. 3-WB, 1 K’taka returnee
17 cases in Jajpur
All In Quarantine Centres. WB returnees
02 cases in Sundergarh
Both in containment zone
ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ୨୫୨, ଖୋର୍ଦ୍ଧାରେ ୫୩, ଭଦ୍ରକରେ ୪୦, ଯାଜପୁରରେ ୮୮, ସୁନ୍ଦରଗଡରେ ୨୫ ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୬୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୧୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।