
ମଧ୍ୟବିତ୍ତଙ୍କୁ ଟିକସରେ ସୁବିଧା:
ଆସନ୍ତାକାଲି ଠାରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟିଡିଏସ୍ ଓ ଟିସିଏସ୍ରେ ୨୫% ହ୍ରାସ ।
ଏହା ଦ୍ବାରା ଲୋକଙ୍କ ହାତରେ ୫୦ ହଜାର କୋଟି ଟଙ୍କା ପହଞ୍ଚିବ ।
ବିବାଦ ସେ ବିଶ୍ବାସ ସ୍କିମ୍ର ଅବଧି ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ।
ସମସ୍ତ ପ୍ରକାର ଆୟକର ରିଟର୍ଣ୍ଣ ମହଲତ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଳା ।
୨୦୨୧ ମାର୍ଚ୍ଚ ସୁଦ୍ଧା ବାରଣ ହେବାକୁ ଥିବା ଆସେସ୍ମେଣ୍ଟ୍ ଅବଧି ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ।
୨୦୨୦ ସେପ୍ଟେମ୍ବର ସୁଦ୍ଧା ବାରଣ ହେବାକୁ ଥିବା ଆସେସ୍ମେଣ୍ଟ୍ ଅବଧି ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ।
ଦାତବ୍ୟ ଟ୍ରଷ୍ଟ ଓ ଅଣ କର୍ପୋରେଟ୍ ବ୍ୟବ ସାୟିକ ସଂସ୍ଥାର ସମସ୍ତ ବକେୟା ରିଫଣ୍ଡ୍ ଶୀଘ୍ର ଦିଆଯିବ ।
ବ୍ୟାବସାୟିକ ସଂସ୍ଥା, କର୍ମଚାରୀଙ୍କୁ ଇପିଏଫ୍ ରିହାତି:
ଚଳିତ ବର୍ଷର ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ପାଇଁ ବ୍ୟବସାୟ ଓ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ସହାୟତା ଦିଆଯିବ।
ତିନି ମାସ ପାଇଁ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଇପିଏଫ୍ କଣ୍ଟ୍ରିବ୍ୟୁସନ (ଯୋଗଦାନ)କୁ ୧୦%କୁ ହ୍ରାସ କରାଯାଇଛି। ପୂର୍ବରୁ ଏହି ହାର ୧୨ ପ୍ରତିଶତ ଥିଲା। ଇପିଏଫ୍ଓ ଅଧୀନରେ ଆସୁଥିବା ସମସ୍ତ ସଂସ୍ଥା ପାଇଁ ଏହି ନୂତନ ହାର ଲାଗୁ ହେବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ରେ ୨୦୨୦ର ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସ ପାଇଁ ସରକାର ଇପିଏଫ୍ ଖାତାରେ ଉଭୟ ନିଯୁକ୍ତି ଦାତା ଓ କର୍ମଚାରୀମାନଙ୍କ ପାଇଁ ୧୨% ଲେଖାଏଁ ରାଶି ଯୋଗଦାନ ଦେଇଥିଲେ ।
ଏବେ ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ପାଇଁ ସେହି ସୁବିଧା ଯୋଗାଇ ଦିଆଯିବ ।
ଏହା ଦ୍ବାରା ୩.୬୭ ଲକ୍ଷ ସଂସ୍ଥା ଓ ସେମାନଙ୍କ ୭୨.୨୨ ଲକ୍ଷ କର୍ମଚାରୀଙ୍କୁ ୨୫୦୦ କୋଟି ଟଙ୍କାର ନଗଦ ରାଶି ସହାୟତା ମିଳିବ ।
ବିଦ୍ୟୁତ ଡିସ୍କମ୍ ପାଇଁ ୯୦ ହଜାର କୋଟି:
ଏକକାଳୀନ ନଗଦ ରାଶି ପ୍ରଦାନ କରାଯିବ ।
ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍ସି) ଓ ରୁରାଲ୍ ଇଲେକ୍ଟ୍ରିଫିକେସନ୍ କର୍ପୋରେସନ୍ (ଆର୍ଇସି) ଜରିଆରେ ବିଦ୍ୟୁତ କ୍ଷେତ୍ରର ଡିସ୍କମ୍ ସଂସ୍ଥାଗୁଡ଼ିକୁ ୯୦ ହଜାର କୋଟି ଟଙ୍କାର ନଗଦ ରାଶି ଦିଆଯିବ ।
ଋଣ ଉପରେ ରାଜ୍ୟଗୁଡ଼ିକ ଗ୍ୟାରେଣ୍ଟି ଜାରି କରିବେ ।
ଡିସ୍କମ୍ଗୁଡ଼ିକ ବିଦ୍ୟୁତ ଉତ୍ପାଦନକାରୀ କଂପାନିଙ୍କୁ ଦେୟ ଦେବେ ।
କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ କଂପାନିଗୁଡ଼ିକ ଡିସ୍କମ୍ଗୁଡ଼ିକୁ ରିହାତି ଦେବେ ଯାହାକୁ ସେମାନେ ସିଧାସଳଖ ଗ୍ରାହକଙ୍କ ପାଖରେ ପହଞ୍ଚାଇବେ।
ଗ୍ରାହକଙ୍କ ପାଇଁ ଡିସ୍କମ୍ଗୁଡ଼ିକ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା କରିବେ ।
ରାଜ୍ୟ ସରକାରଙ୍କ ବକେୟା ଦେୟ ସମାଧାନ କରାଯିବ ।
ଆର୍ଥିକ ଓ ପରିଚାଳନାଗତ କ୍ଷତି କମାଇବାକୁ ଉଦ୍ୟମ ହେବ ।
ଠିକାଦାରଙ୍କୁ ମିଳିବ ଅଧିକ ସମୟ:
ସମସ୍ତ କେନ୍ଦ୍ରୀୟ ସରକାରୀ ଏଜେନ୍ସି ଯଥା ରେଳବାଇ, ରାଜପଥ ଏବଂ ପୂର୍ତ୍ତ ବିଭାଗ ଠିକାଦାରମାନଙ୍କୁ ଛଅ ମାସ ପର୍ଯ୍ୟନ୍ତ ଅଧିକ ସମୟ ଦେବେ ।
ଏହି ସଂପ୍ରସାରଣ ଭିତରେ ସାମଗ୍ରୀ ଏବଂ ନିର୍ମାଣ ଠିକା କାର୍ଯ୍ୟ ଆସିବ ।
ରିହାତି ସମୟ ଛଅ ମାସ ପର୍ଯ୍ୟନ୍ତ ବଢ଼ିପାରିବ ।
ଆଂଶିକ ଭାବେ ସମ୍ପୂର୍ଣ୍ଣ ହୋଇଥିବା ଠିକା କାର୍ଯ୍ୟର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଆଂଶିକ ଭାବେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଜାରି କରିପାରିବେ ।
ରିଅଲ ଇଷ୍ଟେଟ୍ ସଂସ୍ଥାଙ୍କୁ ମିଳିବ ଅଧିକ ମହଲତ:
କୋଭିଡ୍-୧୯ ଅବଧିକୁ ‘ଭଗବାନଙ୍କ କାର୍ଯ୍ୟ’ (ଆକ୍ଟ ଅଫ୍ ଗଡ୍) ଭାବେ ବିଚାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଜାରି କରିବେ ।
ରେରା ଅଧୀନରେ ଖିଲାପ ହେବାର ଆଶଙ୍କା ଥିବା ସମୟକୁ କଂପାନିଗୁଡ଼ିକ ଲାଗି ବୃଦ୍ଧି କରାଯିବ ।
କୋଭିଡ୍-୧୯କୁ ‘ଫୋର୍ସ ମାଜେଉର’ ଭାବେ ବିଚାର କରାଯିବ ।
ବିନା କୌଣସି ଆବେଦନରେ ସମସ୍ତ ପଞ୍ଜୀକୃତ ପ୍ରକଳ୍ପର ପଞ୍ଜୀକରଣ ଏବଂ ନିର୍ମାଣ କାର୍ଯ୍ୟ ଶେଷ ତାରିଖ ଯାହା ୨୦୨୦ ମାର୍ଚ୍ଚ ୨୫ରେ କିମ୍ବା ପରେ ଶେଷ ହେଉଥିଲା ସେଗୁଡ଼ିକର ଅବଧିକୁ ଆପେ ଆଉ ୬ ମାସ ବୃଦ୍ଧି କରାଯିବ।
ନିୟାମକ କର୍ତ୍ତୃପକ୍ଷ ଚାହିଲେ ସେହି ଅବଧିକୁ ଆଉ ୩ ମାସ ବଢ଼ାଇପାରିବେ ।
ସଂଶୋଧିତ ସମୟ ସୀମା ସହିତ ସ୍ବୟଂକ୍ରିୟ ଭାବେ ନୂଆ ‘ପ୍ରକଳ୍ପ ପଞ୍ଜୀକରଣ ସାର୍ଟିଫିକେଟ୍’ ଜାରି କରାଯିବ ।
ରେରା ଅଧୀନରେ ବିଭିନ୍ନ ବୈଧାନିକ ନିୟମ ପାଳନର ଅବଧିକୁ ବୃଦ୍ଧି କରାଯିବ ।
ସମସ୍ତ ପଞ୍ଜୀକୃତ ପ୍ରକଳ୍ପର ଅବଧିକୁ ଆଉ ୬ ମାସ ସଂପ୍ରସାରିତ କରିବେ ।
ଫୋର୍ସ ମାଜେଉର ସୋ ମୋଟୋ କ୍ଲଜ୍କୁ ବ୍ୟବହାର କରି ପଞ୍ଜୀକରଣ ଓ ପ୍ରକଳ୍ପ ଶେଷ କରିବାର ଅବଧିକୁ ବୃଦ୍ଧି କରିହେବ
ରେରା ଅଧୀନରେ ସମୟକୁ ସଂପ୍ରସାରିତ କରାଯିବ ।
ଆତ୍ମନିର୍ଭରଶୀଳ ଭାରତ:
ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ସରକାର ଆତ୍ମ ନିର୍ଭର ଭାରତ ଅଭିଯାନ ଘୋଷଣା କରିଛନ୍ତି ।
ଏହି ଅଭିଯାନର ପାଞ୍ଚଟି ସ୍ତମ୍ଭ ହେଉଛି ଅର୍ଥନୀତି, ଭିତ୍ତିଭୂମି, ପ୍ରଯୁକ୍ତି ଜରିଆରେ ପରିଚାଳିତ ବ୍ୟବସ୍ଥା, ଜନସଂଖ୍ୟାର ଲାଭ ଏବଂ ଚାହିଦା। ଏହି ଲକ୍ଷ୍ୟରେ ସରକାର ଜମି, ଶ୍ରମ, ନଗଦ ରାଶି ଓ ଆଇନ ଉପରେ ଗୁରୁତ୍ବ ଦେବେ ।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ସ୍ବଦେଶୀ ବ୍ରାଣ୍ଡ୍ ଗଠନ କରିବା, ତାହାକୁ ଆଗକୁ ବଢ଼ାଇବା ଏବଂ ବିଶ୍ବ ସ୍ତରରେ ପହଞ୍ଚାଇବା ।
ଏନ୍ବିଏଫ୍ସି, ମାଇକ୍ରୋଫାଇନାନ୍ସ, ହାଉସିଂ ଫାଇନାନ୍ସ ପାଇଁ ୩୦ ହଜାର କୋଟି:
ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି), ମାଇକ୍ରୋଫାଇନାନ୍ସ ସଂସ୍ଥା (ଏମ୍ଏଫ୍ଆଇ) ଓ ହାଉସିଂ ଫାଇନାନ୍ସ କଂପାନି (ଏଚ୍ଏଫ୍ସି) ପାଇଁ ୪୫ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ସେଥି ମଧ୍ୟରୁ ଏନ୍ବିଏଫ୍ସିଗୁଡ଼ିକୁ ସ୍ବତନ୍ତ୍ର ନଗଦ ସ୍କିମ୍ ଜରିଆରେ ୩୦ ହଜାର କୋଟି ଟଙ୍କା ଦିଆଯିବ। ସେହି ଟଙ୍କା ପାଇବା ପରେ ଏହି ସମସ୍ତ ପ୍ରକାର ସଂସ୍ଥା ବ୍ୟକ୍ତିବିଶେଷ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ଋଣ ସହାୟତା ଯୋଗାଇଦେବେ।
ଏହି ସ୍କିମ୍ରେ ନିବେଶ-ମାନର ଡେବଟ୍ ପେପରରେ ଉଭୟ ପ୍ରାଥମିକ ଓ ମାଧ୍ୟମିକ ବଜାରରେ ନିବେଶ କରାଯିବ। ଏହା ଉପରେ ସରକାରଙ୍କ ପୂର୍ଣ୍ଣ ଗ୍ୟାରେଣ୍ଟି ରହିବ।