ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

First Phase of election (Agency): ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ । ଇଭିଏମରେ ସିଲ୍ ହେବ ୧୬ ଶହ ୨୫ ପ୍ରାର୍ଥୀଙ୍କ ଭାଗ୍ୟ । ତାମିଲନାଡୁ ଓ ଉତ୍ତରାଖଣ୍ଡରେ ଆଜି ହିଁ ସରିଯିବ ନିର୍ବାଚନ ।

ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଆଜି ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ଦୌଡ଼ରେ ଅଛନ୍ତି ୧୬ ଶହ ୨୫ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ମାତ୍ର ୧୩୪ ଜଣ ମହିଳା। ଆଜି ଆସାମର ୫ଟି, ବିହାରର ୪ଟି, ଆଣ୍ଡାମାନ ଓ ନିକୋବରର ୨ଟି, ଅରୁଣାଚଳ ପ୍ରଦେଶର ୨ଟି, ଛତିଶଗଡ଼ର ବସ୍ତର ଅଞ୍ଚଳ, ଜାମ୍ମୁ-କାଶ୍ମୀରର ଉଧାମପୁର, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ରର ୫ଟି, ମଣିପୁରର ୨ଟି, ମେଘାଳୟର ୨ଟି, ମିଜୋରାମର ଗୋଟେ, ନାଗାଲାଣ୍ଡର ଗୋଟେ, ପୁଡୁଚେରୀର ଗୋଟେ, ରାଜସ୍ଥାନର ୧୨ଟି, ତାମିଲନାଡୁର ସମସ୍ତ ୩୯ଟି, ତ୍ରିପୁରାର ଗୋଟେ, ଉତ୍ତରାଖଣ୍ଡର ୫ଟି, ଉତ୍ତର ପ୍ରଦେଶର ୮ଟି ଏବଂ ପଶ୍ଚିମବଙ୍ଗର ୩ଟି ଆସନରେ ହେଉଛି ମତଦାନ। ଆଜି ସରିବ ତାମିଲନାଡୁର ସମସ୍ତ ୩୯ ଆସନରେ ନିର୍ବାଚନ ।

ସେହିପରି ଉତ୍ତରାଖଣ୍ଡର ସମସ୍ତ ୫ଟି ଯାକ ଲୋକସଭା ଆସନରେ ଆଜି ସରୁଛି ଭୋଟ । ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି । ଉତ୍ତର ପ୍ରଦେଶ ପିଲଭିଟରୁ ନିର୍ବାଚନ ଲଢୁଛନ୍ତି ଜିତିନ ପ୍ରସାଦ। ବରୁଣ ଗାନ୍ଧିଙ୍କ ବଦଳରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ସେହିପରି ରାଜଭବନ ଛାଡ଼ି ନିର୍ବାଚନୀ ମୈଦାନରେ ଅଛନ୍ତି ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ଶିବଗଙ୍ଗା ଲୋକସଭା ଆସନରୁ ଦ୍ବିତୀୟ ଥର ପାଇଁ ନିର୍ବଚନ ଲଢୁଛନ୍ତି କାର୍ତ୍ତି ଚିଦାମ୍ବରମ୍ । କୋଏମ୍ବାଟୁର୍ ଆସନରରେ ଭାଗ୍ୟ ପରୀକ୍ଷା କରୁଛନ୍ତି ତାମିଲନାଡୁର ବିଜେପି ସଭାପତି ତଥା ପୂର୍ବତନ IPS ଅଧିକାରୀ କେ. ଆନ୍ନାମଲାଇ । ଆଉ ଚେନ୍ନାଇ ସେଣ୍ଟ୍ରାଲରୁ ନିର୍ବାଚନ ଲଢୁଛନ୍ତି DMKର ଦୟାନିଧି ମାରନ। ମଧ୍ୟପ୍ରଦେଶ ଛିଣ୍ଡୱାଡ଼ାରୁ କଂଗ୍ରେସ ଭେଟେରାନ କମଲନାଥଙ୍କ ପୁଅ ନକୁଳ ନାଥଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ ।

Leave a Reply

Your email address will not be published. Required fields are marked *