ଭଞ୍ଜନଗର ବାର୍ ଆସୋସିଏସନ୍ ପକ୍ଷରୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଏବଂ ସୋରଡ଼ା ବିଧାୟକ ନୀଳମଣି ବିଶୋଇଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର

ଭଞ୍ଜନଗର (ବବି ରଥ, ଓଡ଼ିଶା ଟୁଡେ) ୧୫/୦୭/୨୪: ଭଞ୍ଜନଗର ବାର୍ ଆସୋସିଏଶନ ପକ୍ଷରୁ ସୋମବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଘୁମୁସରର ବିକାଶ ପାଇଁ ୭ଦଫା ଦାବି ସମ୍ବଳିତ ଦାବିପତ୍ର ଦୁଇ ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଦାବିଗୁଡ଼ିକ ମଧ୍ୟରେ ଘୁମୁସର ଜିଲା ଘୋଷଣା, ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଅବସ୍ଥିତ ଭଞ୍ଜନଗରରେ ଅଖେଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ(ଏମ୍‌ସ) ସ୍ଥାପନ, ଗମନାଗମନ ଓ ମାଲ ପରିବହନ ପାଇଁ ଗୋପାଳପୁର ଭାୟା ଭଞ୍ଜନଗର ରେଢ଼ାଖୋଲ ରେଲ ଲାଇନ, ଭଞ୍ଜନଗରଠାରେ ଶୀତଳଭଣ୍ଡାର ନିର୍ମାଣ, ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ, ଆଇନଜୀବୀମାନଙ୍କ ଉନ୍ନୟନ ପାଣ୍ଠି ୱିଗୁଣିତ କରିବା, ଭଞ୍ଜନଗରରେ କୃଷି ବିଶ୍ବବିଦ୍ୟାଳୟ ଏବଂ ଏକ ଉନ୍ନ‌ତଧରଣର ମେଡ଼ିକାଲ ସ୍ଥାପନ ଆଦି ରହିଛି। ବିଧାୟକଦ୍ବୟ ତାଙ୍କ ଭାଷଣରେ ଭଞ୍ଜନଗରେ ଏମ୍‌ସ, ଘୁମୁସର ଜିଲା ଘୋଷଣା ଏବଂ ଗୋପାଳପୁର ରେଢ଼ାଖୋଲ ରେଳ ଲାଇନ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ପଦକ୍ଷେପ ନେବୁ ବୋଲି କହିଥିଲେ। ଦାବିଗୁଡ଼ିକ ପ୍ରତି ସେମାନଙ୍କର ସମର୍ଥନ ଅଛି । ଆସନ୍ତା ୨୨ ତାରିଖରୁ ବିଧାନସଭା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଜଣାଇବୁ। କେତେକ ଦାବିକୁ ବିଧାନସଭାରେ ଉଠାଇବୁ । ଘୁମୁସରର ବିକାଶ ପାଇଁ ଆମେ ମିଳିତ ଭାବେ ପଦକ୍ଷେପ ନେବୁ ବୋଲି କହିଥିଲେ । ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମଧ୍ୟ ଦାବିଗୁଡ଼ିକ ପ୍ରତି ନିଜର ସମର୍ଥନ ଜଣାଇବା ସହ ମିଳିମିଶି ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେବା ବୋଲି କହିଥିଲେ । ସଭାରେ ବାର ଆସୋସିଏଶନ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଅଧ୍ଯକ୍ଷତା କରିଥିଲେ I ଉପ ସଭାପତି ଡ଼ି.ରାଜା ବିନ୍ଧାଣିରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ସୋମନାଥ ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସନ୍ତୋଷ ନାୟକ, ଦଣ୍ଡପାଣି ସ୍ବାଇଁ, ସନ୍ତୋଷ ତିଆଡ଼ି, ସୁଶାନ୍ତ ତ୍ରିପାଠୀ, ନିରଞ୍ଜନ ସ୍ବାଇଁ, ମନୋଜ ପଟ୍ଟନାୟକ, ପ୍ରସାଦ ପ୍ରଧାନ, ମଣି ଦିକ୍ଷିତ, ଧବଳେଶ୍ବର ମାଝୀ, ସହ ସମ୍ପାଦକ ରଜତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *