ଏସ୍‌‌ସିବିରେ ଦୁଇ ରୋଗୀଙ୍କୁ ବଳତ୍କାର ଘଟଣା : ଅଭିଯୁକ୍ତ ଡାକ୍ତର ଦୀଲବାଗ ବହିଷ୍କୃତ

କଟକ : ଏସସିବିରୁ ବହିଷ୍କାର ହେଲେ ଡାକ୍ତର ଦିଲବାଗ୍‌‌ ସିଂହ। ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର କଲେଜ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର। ଡାକ୍ତର ଦିଲବାଗଙ୍କୁ ବହିଷ୍କାର ପାଇଁ ପୂର୍ବରୁ ଡିଏମଇଟି ନିର୍ଦେଶ ଦେଇଥିଲେ। ଯାହାକୁ ଶୁକ୍ରବାର ଏସ୍‌‌ସିବି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିଛନ୍ତି। ୧୧ ତାରିଖରେ ଏସ୍‌‌ସିବି ହୃଦରୋଗ ବିଭାଗରେ ଦୁଇ ମହିଳା ରୋଗୀଙ୍କୁ ଇକୋ କରାଇବା ଆଳରେ ଡାକ୍ତର ଦିଲବାଗ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଦୁଇ ମହିଳା ମଙ୍ଗଳାବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତ ଦିଲବାଗଙ୍କୁ ଗିରଫ ସହ ଅଦାଲଚ ଚାଲାଣ କରିଥିଲା। ସେ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାଣ୍ଡ ଘଟାଇଥିଲେ ବୋଲି ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଥିଲେ। ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ତିନି ଜଣିଆ କମିଟି ଗଠନ କରିଥିଲେ। ଡିଏମଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ଯୁଗ୍ମ ଡିଏମଇଟି ପ୍ରଫେସର ଡାକ୍ତର ରୋମା ରତନ ଏବଂ ଏସ୍‌‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ତଦନ୍ତ କମିଟିରେ ରହିଥିଲେ। କମିଟି ତଦନ୍ତ ଶେଷ କରି ରିପୋର୍ଟ ସରକାରଙ୍କୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *