ହେଜବୁଲ୍ଲା ପେଜ୍‌ର ବିସ୍ଫୋରଣ: ଗଲାଣି ୩୨ ଜଣଙ୍କ ଜୀବନ

ତେଲ୍‌ ଅବିବ: ହେଜବୁଲ୍ଲା ପେଜ୍‌ର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ଆସି ୩୨ ଛୁଇଁବା ବେଳେ ୩,୨୫୦ ଲୋକ ଆହତ ହୋଇଛନ୍ତି। ଇସ୍ରାଏଲ୍‌ରେ ଘଟିଥିବା ଏହି ବିସ୍ଫୋରଣ ଗତ ଦୁଇ ଦିନ ହେବ ପୂରା ବିଶ୍ବବାସୀଙ୍କୁ ଚକିତ କରିଛି ।

ଉଳ୍ଲେଖଯୋଗ୍ୟ, ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ସଦସ୍ୟମାନେ ‌ବ୍ୟବହାର କରୁଥିବା ହଜାର ହଜାର ପେଜର୍‌ ମଙ୍ଗଳବାର ବିସ୍ଫୋରଣ ହୋଇଥିବା ବେଳେ ଏଥିପାଇଁ ସଂଗଠନକୁ ନାହିଁ ନଥିବା କ୍ଷତି ସହିବାକୁ ପଡ଼ିଛି। ପ୍ରାୟ ୩ ହଜାରରୁ ଅଧିକ ସକ୍ରିୟ ସଦସ୍ୟ ଆହତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଗତକାଲି ହେଜ୍‌ବୁଲ୍ଲା ଏକ ବିବୃତିରେ କହିଛି ଯେ ପୂର୍ବ ଭଳି ଏବେ ମଧ୍ୟ ଗାଜା, ଏହାର ଜନସାଧାରଣ ଏବଂ ଏହାର ପ୍ରତିରୋଧକୁ ସମର୍ଥନ କରିବା ପାଇଁ   ଅଭିଯାନ ଜାରି ରହିଛି। ଅପରାଧୀ ଶତ୍ରୁ (ଇସ୍ରାଏଲ) ଉପରେ ମଙ୍ଗଳବାର ଗଣହତ୍ୟାର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ। ଇସ୍ରାଏଲକୁ ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ହେଜବୁଲ୍ଲା କହିଛି। ଅନ୍ୟପକ୍ଷରେ ବ୍ରିଟେନ୍ ବୈଦେଶିକ ମନ୍ତ୍ରାଳୟ ଏହି ଆକ୍ରମଣ ପରେ ଉତ୍ତେଜନା ନ ବଢ଼ାଇବାକୁ ଅନୁରୋଧ କରିଛି। ଇସ୍ରାଏଲର ଘନିଷ୍ଠ ସହଯୋଗୀ ତଥା ସାମରିକ ଅଂଶୀଦାର ଆମେରିକା କହିଛି ଯେ ଏହି ବିସ୍ଫୋରଣ ପଛରେ ଆମର କୌଣସି ଭୂମିକା ନାହିଁ ଏବଂ ଏ ବାବଦରେ କୌଣସି ପୂର୍ବ ସୂଚନା ଆମ ପାଖରେ ନଥିଲା ।

Leave a Reply

Your email address will not be published. Required fields are marked *