ଦିଲ୍ଲୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ପରେ ହ୍ରାସ ପାଇଲା ତାପମାତ୍ରା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଳୀ ଓ ତାହାର ଆଖପାଖ ଅଞ୍ଚଳରେ ଗତକାଲି ଦିନ ସାରା ବର୍ଷା ହୋଇଛି। ପ୍ରବଳ ବର୍ଷା ପାଣି ଜମିବା ହେତୁ ଦିଲ୍ଲୀର ରାସ୍ତାଘାଟ ପୂରା ପାଣିରେ ବୁଡ଼ି ରହିଛି। ଏହି କାରଣରୁ ମୁଖ୍ୟତଃ ସ୍କୁଲ୍‌, କଲେଜ୍‌ ଓ ଅଫିସ୍‌ ଯିବା ପାଇଁ ଯାତ୍ରୀମ‌ାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେବେ ଗତାକାଲିଠାରୁ ବର୍ଷାର ତୀବ୍ରତା ହ୍ରାସ ପାଇଛି ।

ଲଗାତର ବର୍ଷା ହେବା କାରଣରୁ ଦିଲ୍ଳୀ ତାପମାତ୍ରା ବି ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ତାତିରୁ ଦିଲ୍ଲୀ ବାସୀଙ୍କୁ ତ୍ର‌ାହି ମିଳିଛି ସତ, ହେଲେ ବର୍ଷା କାରଣରୁ ସେମାନେ ଯାତାୟାତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହି ଲଗାତାର ବର୍ଷା କାରଣରୁ ଦିଲ୍ଲୀବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ପାଣି ଜମି ରହିଛି ତ କେଉଁଠି ପାଣି ହେତୁ ପନିପରିବା ଓ ଫଳମୂଳ ପଚିସଢ଼ି ଯିବାରୁ ଆର୍ଥିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି ।

ପାଣିପାଗ ବିଭାଗ ଦେଇଥିଲେ ତଥ୍ୟ ଅନୁଯାୟୀ, ଆଜି ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ବର୍ଷା ହ୍ରାସ ପାଇବ ଓ ତାପମାତ୍ର ବଢ଼ିବାର ସମ୍ଭାବନା ରହିଛି। ଆଜି ଦିଲ୍ଲୀରେ ହାଲୁକା ବର୍ଷର ହେବ ବୋଲି ପୂର୍ବାନୁମାନ ହୋଇଛି। ଏହା ପରେ ପୂରା ସପ୍ତାହ ଯାକ ଲୋକଙ୍କୁ ବର୍ଷାରୁ ମୁକ୍ତି ମିଳିବ । 

Leave a Reply

Your email address will not be published. Required fields are marked *