ଜାତୀୟ ରାଜପଥପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ

ରାଉରକେଲା/ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଦୁଇ ମହଲା ବିଲ୍‌ଡିଂକୁ  ଭଙ୍ଗାଯାଇଛି। ମାଜିଷ୍ଟ୍ରେଟ୍‌ ତଥା ଲାଠିକଟା ତହସିଲଦାର, ଜାତୀୟ ରାଜପଥ ଅଧିକାରୀଙ୍କ ଉପସ୍ଥିତିରେ ବିଲ୍‌ଡିଂକୁ ଭଙ୍ଗାଯାଇଛି ।

ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ରାହ୍ମଣୀତରଙ୍ଗ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କ୍ଷତିଗ୍ରସ୍ତ ବିଲ୍‌ଡିଂ ମାଲିକ କୈଳାସ ଚନ୍ଦ୍ର ସାହୁଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯାଇଥିବା ଜଣାପଡ଼ିଛି ।

 ଜାତୀୟ ରାଜପଥ ସମ୍ପ୍ରସାରଣବେଳେ ଦୁଇ ପାର୍ଶ୍ବରୁ ଶହ ଶହ ଘର ଓ ଦୋକାନଗୁଡ଼ିକୁ ଭଙ୍ଗା ଯାଇଥିଲା। କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ କ୍ଷତିପୂରଣ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *