ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜେ ବାରବାଟୀ ଷ୍ଟାଡିୟମ୍ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ୍ ଖେଳିଥିଲେ। ତାଙ୍କ ସହ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହିତ କ୍ରିକେଟ୍ ଖେଳିଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, କଟକ ବାରବାଟୀ ଷ୍ଟାଡିୟମ ଠାରେ ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଖେଳାଯିବ। ଏନେଇ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ଏବଂ ଦର୍ଶକ ଓ ଖେଳାଳିଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କଲି। ଏହି ଅବସରରେ ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଥିବା ସଙ୍ଗୀତ ସ୍ୱାଗତ… ସୁସ୍ୱାଗତକୁ ଉନ୍ମୋଚନ କଲି। ଆଶା କରିବି ଏହି ମ୍ୟାଚ ବହୁତ ଉତ୍ସାହପୂର୍ଣ୍ଣ ରହିବ ।

ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଓଡ଼ିଆ ଥିମ୍ ସଙ୍ଗ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଛି। ଜଣାଶୁଣା ସଙ୍ଗୀତକାର ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜକ। ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲାଣ୍ଡ ମଧ୍ୟରେ ୱାନଡେ ମ୍ୟାଚ ଖେଳାଯିବ। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଓ ୭ ତାରିଖରେ କାଉଣ୍ଟରରେ ମିଳିବ।ଏଣେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଓଡ଼ଆ ଥିମ୍ ସଙ୍ଗ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରାଯାଇଛି। ଜଣାଶୁଣା ସଙ୍ଗୀତକାର ପ୍ରେମ ଆନନ୍ଦ ଏହାର ସ୍ବର ସଂଯୋଜକ।ସୂଚନାଯୋଗ୍ୟ, ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାନଡେ ମ୍ୟାଚ ଖେଳାଯିବ। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଓ ୭ ତାରିଖରେ କାଉଣ୍ଟରରେ ମିଳିବ ।

Leave a Reply

Your email address will not be published. Required fields are marked *