ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ରା, ଆଷିଶ ସୁଦଙ୍କୁ ୬ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମାଙ୍କୁ ୫ଟି ବିଭାଗର ଦାୟିତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ ଏବଂ ପଙ୍କଜ କୁମାର ସିଂହଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।ନଜର ପକାନ୍ତୁ କାହାକୁ ମିଳିଛି କେଉଁ ବିଭାଗ ?ରେଖା ଗୁପ୍ତାଅର୍ଥରାଜସ୍ବମହିଳା ଓ ଶିଶୁ ବିକାଶପ୍ରବେଶ ବର୍ମାପୂର୍ତ୍ତଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣଜଳସମ୍ପଦଆଷିଷ ସୁଦଗୃହଶିକ୍ଷାଶକ୍ତିସହରୀ ବିକାଶମଜିନ୍ଦର ସିଂହ ସୀର୍ସାଶିଳ୍ପପରିବେଶ ଏବଂ ଜଙ୍ଗଲଖାଦ୍ୟ ଏବଂ ସିଭିଲ ସପ୍ଲାଏପଙ୍କଜ କୁମାର ସିଂହସ୍ବାସ୍ଥ୍ୟପରିବହନଆଇଟିକପିଲ ମିଶ୍ରାଆଇନ ଏବଂ ନ୍ୟାୟଶ୍ରମନିଯୁକ୍ତିପର୍ଯ୍ୟଟନକଳା ଓ ସଂସ୍କୃତିରବୀନ୍ଦ୍ର ଇନ୍ଦ୍ରରାଜ ସିଂହସାମାଜିକ କଲ୍ୟାଣଏସସି/ଏସ୍‌ଟି କଲ୍ୟାଣସମବାୟ ବ୍ୟାପାର

Leave a Reply

Your email address will not be published. Required fields are marked *