ସୋରଡା: ଗଛକୁ ପିଟି ହେଲା କାର ଜଣେ ମୃତ, ଦୁଇ ଗୁରୁତର

ସୋରଡା ୧୪/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ସିଙ୍ଗିପୁର ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଳକ ମୃତ ଦୁଇ ଗୁରୁତର। ମୃତକ ଜଣକ ହେଲେ ବ୍ରହ୍ମପୁର ଅଂଚଳର ଦୀପକ ବେହେରା। ଗୁରୁତର ମାନେ ହେଲେ ଶଙ୍କର ମହାରଣା, ରାଜେଶ ଗୌଡ଼। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ବୁଗୁଡ଼ାରୁ ଯଂଜ୍ଞ ଦେଖି ବ୍ରହ୍ମପୁର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ସ୍ଥାନୀୟ ଲୋକେ ବଡ଼ଗଡ଼ ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି କାରରୁ ଗୁରୁତର ମାନଂକୁ ଉଦ୍ଧାର କରି ବଡ଼ଗଡ଼ ମେଡ଼ିକାଲରେ ଭର୍ତି କରିଥିଲେ। ଘଟଣା ସ୍ଥଳରେ ହିଁ କାର ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *