
ବୁଗୁଡ଼ା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) :ବାଲିପଦର ସ୍ଥିତ ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଠାରେ ଆଜି ମହାବିଦ୍ୟାଳୟର ୨୪ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ନାତକ ମହାବିଦ୍ୟାଳୟର ଅଧ୍ଯକ୍ଷ ଗୋପିନାଥ ମହାନ୍ତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୁକ୍ତ ଦୁଇ ଅଧ୍ଯକ୍ଷ ସରୋଜ କାନ୍ତ ଦାସ ମୁଖ୍ଯ ବକ୍ତା ଭାବେ ବାଲିପଦର ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଆମ ସଂସ୍କୃତି-ପରମ୍ପରା ଓ ଆମ ଅସ୍ମିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୁଚାଇ ଥିଲେ ।
ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିପଦର ଶାଖା ମ୍ୟାନେଜର ଆନନ୍ଦ ସାହୁ, ଯୁବ ସମାଜସେବୀ ତଥା ବାଲିପଦର ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ଯ ମହେନ୍ଦ୍ର ପ୍ରସାଦ ପଣ୍ଡା, ଅଧ୍ୟାପିକା ମିନତି ଆଚାରୀ, ଅଧ୍ୟାପକ ଅମୀୟ କୁମାର ସ୍ବାଇଁ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ଅଧ୍ୟାପକ ଡକ୍ଟର ଏ. ଜିତେସ୍ ରାଓ ଦୋରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ମହାବିଦ୍ୟାଳୟର କ୍ରୀଡା ଓ ସାଂସ୍କୃତିକ କାଯ୍ୟକ୍ରମରେ ପାରଦର୍ଶୀତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ସିଲ୍ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇ ଥିଲା। ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ, ନବଘନ ପ୍ରଧାନ, ଅଧ୍ୟାପିକା ଭକ୍ତ ଲତା ମହାପାତ୍ର, ସଲୀଳା ନାୟକ,ଭଞ୍ଜ କିଶୋର ଗୌଡ, ଏ.ଶିବାନି ଅଚାରୀ,ଏ.ମଦୁରାଜୁ ଦୋରା, ସିମାଞ୍ଚଳ ଗୌଡ ସମେତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।