
ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବା ପରେ, ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ ନୂତନ ସର୍ବନିମ୍ନ ବୟସ ସୀମା ସ୍ଥିର କରିଛନ୍ତି। ମଙ୍ଗଳବାର ଦିନ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ବୟସ ମାନଦଣ୍ଡ ଅନୁଯାୟୀ, ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ ଛଅ ବର୍ଷ କିମ୍ବା ତା’ଠାରୁ ଅଧିକ ସ୍ଥିର କରାଯାଇଛି।ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ, ଛାତ୍ରଛାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ, ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।