ଗ୍ରୀଷ୍ମ ପ୍ରବାହ ସଚେତନତା ଭ୍ୟାନ୍ ଅଭିଯାନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ଭବନଠାରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ରାଜ୍ୟବ୍ୟାପୀ ‘ହିଟୱେଭ୍ ସଚେତନତା ଭ୍ୟାନ୍ ଅଭିଯାନ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ଅଭିଯାନଟି ୟୁନିସେଫର ଏକ ପ୍ରୟାସ, ୟୁଥ୍‌ ୪ ୱାଟର ପ୍ଲସ୍ ଦ୍ୱାରା ପରିଚାଳିତ ହେଉଛି, ଯାହା ଜୀବନ ରେଖା ପରିଷଦ, କେଟି ଗ୍ଲୋବାଲ ସ୍କୁଲ, ରେଡିଓ ବୁଲବୁଲ ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନ ସହିତ ମିଳିତ ଭାବରେ ଚାଲିଛି। ଏହା ୬ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଚାଲିବ।ଏହି ସ୍ୱତନ୍ତ୍ର ଭ୍ୟାନ୍ ଏକ ଭ୍ରାମ୍ୟମାଣ ଶିକ୍ଷା କେନ୍ଦ୍ର ଭାବରେ କାର୍ଯ୍ୟ କରିବ, ଯାହାକି ଭୁବନେଶ୍ୱର, ପୁରୀ ଏବଂ କଟକର ବସ୍ତି, ନିର୍ମାଣ ସ୍ଥାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ହକର ଜୋନ୍, ମନ୍ଦିର ଏବଂ ଶିକ୍ଷାନୁଷ୍ଠାନ ସମେତ ଦୁର୍ବଳ ସ୍ଥାନଗୁଡ଼ିକରେ ଯାତ୍ରା କରିବ।ଏହି ଅଭିଯାନ ତିନୋଟି ଜିଲ୍ଲାର ଏକଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ), ଅଡିଓ ଜିଙ୍ଗଲ୍ସ, ପୋଷ୍ଟର, ମାସ୍କଟ୍ ଏବଂ କୁଇଜ୍ ଭଳି ଅଭିନବ ଏବଂ ଇଣ୍ଟରାକ୍ଟିଭ୍ ଉପକରଣ ମାଧ୍ୟମରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଜଳୀୟ ଅଂଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଜଳ କିଓସ୍କ ମଧ୍ୟ ସ୍ଥାପନ କରାଯିବ।ଏହି ଅଭିଯାନକୁ ସମସ୍ତ ‌ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆମେ ନିଶ୍ଚିତ କରୁଛୁ। ଯେପରି କେହି ଏଥିରୁ ବାଦ୍ ନପଡ଼ିବେ ସେଥିପ୍ରତି ଲକ୍ଷ୍ୟ ରଖାଯାଇଛି। ଯୁବପିଢ଼ି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏକ ସୁରକ୍ଷିତ ଓଡ଼ିଶା ପାଇଁ କାର୍ଯ୍ୟ କରିବାକୁ ଏହା ଆହ୍ୱାନ ବୋଲି,ୟୁନିସେଫ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଗତ ରାୟ କହିଛନ୍ତି।ୟୁଥ-୪-ୱାଟର ପ୍ଲସର ପ୍ରଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କର ଏକ ଦଳ ଗ୍ରୀଷ୍ମପ୍ରବାହ-ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବିପଦ ଏବଂ ସମ୍ପ୍ରଦାୟ ସମ୍ପୃକ୍ତି କୌଶଳ ଉପରେ ସ୍ୱତନ୍ତ୍ର ତାଲିମ ପାଇଛନ୍ତି। ସେମାନେ କାର୍ଯ୍ୟାନ୍ୱୟନ ଜାରି ରଖିବେ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ସମ୍ମାନିତ ବ୍ୟକ୍ତିମାନେ ଏକ ଗ୍ରୀଷ୍ମ ପ୍ରବାହ ସଚେତନତା ପୋଷ୍ଟର ମଧ୍ୟ ଉନ୍ମୋଚନ କରିଥିଲେ ଏବଂ ସୁରକ୍ଷା ଉପରେ ପ୍ରମୁଖ ବାର୍ତ୍ତା ପ୍ରଦାନ କରୁଥିବା ଏକ ଅଡିଓ ଜିଙ୍ଗଲ୍ ମଧ୍ୟ ଜାରି କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ, ୟୁନିସେଫର ୱାଶ୍ ବିଶେଷଜ୍ଞ ଶିପ୍ରା ସାକ୍ସେନା; ୟୁଥ୪ୱାଟର ପ୍ଲସର ନିର୍ଦ୍ଦେଶକ ବ୍ଲୋରିନ୍ ମହାନ୍ତି; ବକୁଳ ଫାଉଣ୍ଡେସନର ସୁଜିତ ମହାପାତ୍ର ଏବଂ ୟୁଥ-୪-ୱାଟର ପ୍ଲସର ପ୍ରକଳ୍ପ ସଂଯୋଜକ ଧର୍ମାନନ୍ଦ ସୁନ୍ଦରାୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *