
ଭଞ୍ଜନଗର ୨୦/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦୀ ରତ୍ନ ମୋହିନୀ ଜୀ ଙ୍କ ତ୍ରୟୋଦଶ ଦିବସ ପାଳନ ଅବସରରେ ଶାନ୍ତି ସ୍ରୋତ ଭବନ, ନୀଳାଦ୍ରି ବିହାର -୨ ଲେନ, ଭଞ୍ଜନଗର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଡ଼ଃ ସତୀଶ ମୋହନ ପାଢୀ ଯୋଗଦାନ କରି ରକ୍ତଦାନ ଶିବିର ଉଦଘାଟନ କରିବା ସହିତ ଦାଦୀଜୀଙ୍କ ଫଟୋରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ରକ୍ତର ଆବଶ୍ୟକତା ଦୂର୍ମୂଲ୍ଯ ହୋଇପଡ଼ିଛି।ଏଣୁ ଆମେ ସମସ୍ତେ ‘ରକ୍ତଦାନ ମହତ୍ ଦାନ’ ଭଳି କାର୍ଯ୍ୟରେ ନିଜକୁ ସାମିଲ୍ କରିବା ବୋଲି ପାଢ଼ୀ ମହୋଦୟ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ଟିମ୍ ତରଫରୁ ବିପିନ୍ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝି, ଇତି ଶ୍ରୀ ତ୍ରିପାଠୀ,ସିମାଞ୍ଚଳ ସେଠୀ ସହଯୋଗ କରିଥିଲେ । କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ସଂସ୍ଥାର ବିଭିନ୍ନ ବିଭାଗ ସାରା ବିଶ୍ବରେ କିପରି ସେବା ଯୋଗାଇ ଦେଇଆସୁଅଛି । ତାର ବିଶଦ ବ୍ୟାଖ୍ୟା କରିଥିଲେ । ନିଶାମୁକ୍ତ, ମାନସିକ ଚାପ ମୁକ୍ତ, କୃଷିଭିତ୍ତିକ ସେବା ସହିତ ରକ୍ତଦାନ ଭଳି କାର୍ଯ୍ୟକ୍ରମ କରିଆସୁଛି। ବ୍ରହ୍ମା କୁମାର ବୈକୁଣ୍ଠ ଭାଇ ସଭା ପରିଚାଳନା କରିଥିଲେ। ବ୍ରହ୍ମା କୁମାର ଅକ୍ଷୟ, ବ୍ରହ୍ମା କୁମାରୀ ଅଲିଭା,ଅନୀତା, ପ୍ରାପ୍ତି, ପିଙ୍କି ଭଉଣୀ ସହଯୋଗ କରିଥିଲେ। ୨୦ରୁ ଉର୍ଦ୍ଧ୍ବ ଭାଇଭଉଣୀ ରକ୍ତଦାନ କରିଥିଲେ ।