ଭଞ୍ଜନଗର : ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢାଉ, ଦୁଇ ଗିରଫ

ଭଂଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ/ଅରକ୍ଷିତ ପରିଛା ,ଓଡ଼ିଶା ଟୁଡେ) : ବସ୍ତାରେ ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିଲା । ଏହି ସମୟରେ ସୂଚନା ପାଇ, ପୋଲିସ ତଲାସି ବେଳେ ଧରା ପଡିଥିଲା ଚାଲାଣ କାରୀ । ଏନେଇ ଚାଲାଣ ହେଉଥିବା ଗଞ୍ଜେଇ କୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଥାନାଧିକାରୀ ଜୀବନାନନ୍ଦ ଜେନା ଦେଇଥିବା ସୂଚନା ପ୍ରକାରେ, ଭଂଜନଗର – ଫୁଲବାଣୀ ରାସ୍ତାର ବୁଦୁଲି ନିକଟରେ ପଶ୍ଚିମବଙ୍ଗର ଜାଲାଙ୍ଗି ଥାନା ଅଞ୍ଚଳର ରିପୁନ୍ ଶେଖ୍ ନାମକ ଜଣେ ଯୁବକ ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିବା ନେଇ ପୋଲିସ ସୂଚନା ପାଇ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ଏକ ବ୍ୟାଗ୍ ରେ ଥିବା ୭ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହା ସହ ଏହି ଘଟଣାର ଆଉ ଜଣେ ସହଯୋଗୀ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ଅଞ୍ଚଳର ଆନ୍ଧ୍ରିୟା ଦିଗାଳ କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଏନେଇ ଭଂଜନଗର ଥାନା କେଶ୍ ନମ୍ବର ୪୧୩/୨୫ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ଶ୍ରୀଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *